Advertisment

ମୁକୁଳାଇବା ପାଇଁ ଟଙ୍କା ଯୋଗାଡ଼ କରିପାରିଲେନି ବାପା...ଅପହରଣ ପରେ ମାରି ଫିଙ୍ଗିଦେଲା ଦାଦା

ଗୁରୁବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ। ଏହାପରେ ଫାରୁରା ନିକଟରେ ଥିବା ସୋରିଷ କ୍ଷେତରୁ ଶିଶୁଟିର ମୃତଦେହ ମିଳିଥିଲା। ଅପହରଣ ଓ ହତ୍ୟା ନେଇ ପୋଲିସ ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଥିଲା।

ଅଦ୍ୟତନ ହୋଇଛି
A five-year-old girl was kidnapped by her uncle for ransom

A five-year-old girl was kidnapped by her uncle for ransom

Advertisment

ସଂପତ୍ତି ପାଇଁ ୫ବର୍ଷୀୟ ଝିଆରିକୁ ମାରିଦେଲା ଦାଦା। ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପ୍ରଥମେ ଅପରହଣ କରିବା ପରେ ହତ୍ୟା କରିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି।

Advertisment

ସୂଚନା ଅନୁୟାରେ, ମଙ୍ଗଳବାର ସନ୍ଧ୍ୟାରେ ଫାରୁରା ଗାଁ ନିକଟରୁ ଶିଶୁଟିକୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ଘରକୁ ଫୋନ କରି ୬ଲକ୍ଷ ଟଙ୍କା ଦାବି କରିଥିଲେ। ନଚେତ୍ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଝିଅର ବାପା ଟଙ୍କା ଯୋଗାଡ କରିନପାରିବାରୁ ଶେଷରେ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଗୁରୁବାର ସର୍ଚ୍ଚ ଅପରେସନ ଆକମ୍ଭ କରିଥିଲା ପୋଲିସ। ଏହାପରେ ଫାରୁରା ନିକଟରେ ଥିବା ସୋରିଷ କ୍ଷେତରୁ ଶିଶୁଟିର ମୃତଦେହ ମିଳିଥିଲା। ଅପହରଣ ଓ ହତ୍ୟା ନେଇ ପୋଲିସ ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଥିଲା। ଡିସିପି ଅତୁଲ ଶର୍ମାଙ୍କ ସୂଚନା ଅନୁଯାୟୀ, ଅପହରଣ ଘଟଣାରେ ଶିଶୁର ଦାଦା ଅମିତ ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଏହି ଅପରାଧକୁ ସ୍ୱୀକାର ମଧ୍ୟ କରିଛନ୍ତି । ଏହି ହତ୍ୟାକାଣ୍ଡରେ ପଡୋଶୀ ଗାଁର ନିଖିଲ ତାଙ୍କୁ ସାହାଯ୍ୟ କରିଥିବା ସେ କହିଛନ୍ତି।

Advertisment

ପଚରାଉଚରା ବେଳେ ସବୁ ସତ ସାମନାକୁ ଆସିଥିଲା। ଅମିତ ଅଭିଯୋଗ କରିଛନ୍ତି ଯେ ଝିଅର ଜେଜେବାପା ତାଙ୍କ ଜମିର ୫ବିଗା ବହୁତ କମ୍ ମୂଲ୍ୟରେ କିଣି ତାଙ୍କୁ ଠକି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଅପହରଣ କେବଳ ଜମି ଟଙ୍କା ଫେରାଇ ଆଣିବା ପାଇଁ କରିଥିଲେ।ମାତ୍ର ଯେତେବେଳେ ଝିଅର ବାପା ଟଙ୍କା ଦେଇପାରିବେନାହିଁ ବୋଲି ଜାଣିଲେ ସେତେବେଳେ ସେ ହତ୍ୟା କରିଦେଲେ।

ଝିଅଟିର ଜେଜେବାପା କହିଛନ୍ତି ଯେ ଅମିତ ମଧ୍ୟ ଝିଅକୁ ଖୋଜୁଥିଲେ। ସେ ଏପରି ଘୃଣ୍ୟ କାର୍ଯ୍ୟ କରିବେ ବୋଲି କେହି କେବେ ଭାବିନଥିଲେ। ଉଭୟ ଅମିତ ଏବଂ ନିଖିଲଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।ପୀଡିତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ଦେବାକୁ ଦାବି କରାଯାଇଛି।

Advertisment
Murder Kidnapping
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ