Advertisment

Hyderabad:ଗର୍ଭବତୀ ପତ୍ନୀକୁ ପିସ୍ ପିସ୍ , ନଦୀରେ ଭାସୁଛି ମୁଣ୍ଡ ଗୋଡ଼

ଅତି ଅମାନୁଷିକ, ବର୍ବର, ନୃଶଂସ ଓ ବିଭତ୍ସ କାଣ୍ଡ। ପୁଣି ସାମ୍ନାକୁ ଆସିଛି ସ୍ୱାମୀର ଜହ୍ଲାଦ ରୂପ। ସୈତାନ ସାଜିଛି ସାତ ଜନ୍ମ ପାଇଁ ହାତ ଧରି ବାହା ହୋଇଥିବା ଜୀବନ ସାଥୀ। ସ୍ତ୍ରୀକୁ ହତ୍ୟା କଲା। ପେଟରେ ବଢ଼ୁଥିବା ନିଜ ରକ୍ତକୁ ବି ଛାଡିଲାନି। ୫ ମାସର ଗର୍ଭବତୀ ସ୍ତ୍ରୀକୁ ମାରି ଖେଳିଲା ରକ୍ତର ହୋଲି । ଖଣ୍ଡ ଖଣ୍ଡ କରି କାଟି ଦେଲା।

murder

murder

Advertisment

ଅତି ଅମାନୁଷିକ, ବର୍ବର, ନୃଶଂସ ଓ ବିଭତ୍ସ କାଣ୍ଡ। ପୁଣି ସାମ୍ନାକୁ ଆସିଛି ସ୍ୱାମୀର ଜହ୍ଲାଦ ରୂପ। ସୈତାନ ସାଜିଛି ସାତ ଜନ୍ମ ପାଇଁ ହାତ ଧରି ବାହା ହୋଇଥିବା ଜୀବନ ସାଥୀ। ସ୍ତ୍ରୀକୁ ହତ୍ୟା କଲା। ପେଟରେ ବଢ଼ୁଥିବା ନିଜ ରକ୍ତକୁ ବି ଛାଡିଲାନି। ୫ ମାସର ଗର୍ଭବତୀ ସ୍ତ୍ରୀକୁ ମାରି ଖେଳିଲା ରକ୍ତର ହୋଲି । ଖଣ୍ଡ ଖଣ୍ଡ କରି କାଟି ଦେଲା। ଆଉ ନଦୀରେ ଫିଙ୍ଗି ଦେଲା କଟା ମୁଣ୍ଡ, ଗୋଡ ଓ ହାତ। ବଳକା କଟା ଗଣ୍ଡିକୁ ଫିଙ୍ଗିବାକୁ ଯିବା ବେଳେ ମାଡି ବସିଲା ପୋଲିସ। ନୋଏଡା ପରେ ହାଇଦ୍ରାବାଦରୁ ଆସିଛି ଏଭଳି କିଛି ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment

ବିକାରବାଦ ଜିଲ୍ଲାର ୨୭ ବର୍ଷୀୟ ମହେନ୍ଦ୍ର ରେଡ୍ଡୀ ଓ ୨୧ ବର୍ଷୀୟ ସ୍ୱାତୀ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ୨୦୨୪ ଜାନୁଆରୀରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। ହାଇଦ୍ରାବାଦ ମେଦିପାଲୀର ବାଲାଜୀ ହିଲ୍ସରେ ଦୁହେଁ ଭଡ଼ା ଘରେ ରହୁଥିଲେ। ମହେନ୍ଦ୍ର ଏଠାରେ ଡ୍ରାଇଭର ଭାବେ କାମ କରୁଥିଲା। ଆଉ ସ୍ୱାତୀ କାମ କରୁଥିଲେ କଲ୍‌ ସେଣ୍ଟର୍‌ରେ। ଠିକ୍‌ ମାସକ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଝଗଡା।

ସ୍ୱାମୀର ସନ୍ଦେହ ପରେ ସ୍ୱାତୀ କାମ ଛାଡି ଦେଇଥିଲେ । ୨୦୨୪ ଏପ୍ରିଲରେ ଘରୋଇ ହିଂସା ଅଭିଯୋଗ ଆଣି ଥାନାକୁ ମଧ୍ୟ ଯାଇଥିଲେ ସ୍ୱାତୀ। ପରେ ସମାଧାନ ହୋଇଥିଲା। ମାର୍ଚ୍ଚ ୨୦୨୫ ରେ ସେ ଗର୍ଭବତୀ ହୋଇଥିଲେ, କିନ୍ତୁ ଝଗଡ଼ା କମିନଥିଲା। ଅଗଷ୍ଟ ୨୨ ଶୁକ୍ରବାର। ଡାକ୍ତରୀ ଯାଞ୍ଚ ପାଇଁ ବିକାରାବାଦ ଯାଇ ତାଙ୍କ ବାପା-ମାଆଙ୍କ ସହିତ ରହିବାକୁ ଚାହୁଁଥିବା ମହେନ୍ଦ୍ରଙ୍କୁ କହିଥିଲେ ସ୍ୱାତୀ। ହେଲେ ଏଥିରେ ରାଜି ହୋଇନଥିଲା ମହେନ୍ଦ୍ର । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Advertisment

ଅଗଷ୍ଟ ୨୩ ଶନିବାର ପ୍ରାୟ ସାଢ଼େ ୪ଟା। ରାଗରେ ଅନ୍ଧ ହୋଇ ମହେନ୍ଦର ପ୍ରଥମେ ୫ ମାସର ଗର୍ଭବତୀ ପତ୍ନୀକୁ ତଣ୍ଟି ଚିପି ହତ୍ୟା କରିଥିଲେ।। ପରେ ପତ୍ନୀ ନିଖୋଜ ଥିବା ନେଇ ଭଉଣୀକୁ ଫୋନ୍‌ କରି କରୁଥିଲା ଅଭିନୟ। ପ୍ରମାଣ ନଷ୍ଟ କରିବାକୁ ଯାଇ ସ୍ତ୍ରୀର ମୃତଦେହକୁ କାଟି ଟୁକୁଡ଼ା ଟୁକୁଡ଼ା କରିଥିଲା। କଟା ମୁଣ୍ଡ, ହାତ ଓ ଗୋଡକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ମୁସି ନଦୀରେ ଫିଙ୍ଗି ଦେଇଥିଲା। ବଳକା ଅଧାକଟା ଶରୀରକୁ ବାକ୍ସରେ ପୂରାଇ ଘରେ ରଖିଥିଲା। ଏହାକୁ ପୁଣି ଫିଙ୍ଗିବାକୁ ଯିବା ବେଳେ ପଡୋଶି ହାତରେ ଧରାପଡିଥିଲା ଅଭିଯୁକ୍ତ।

ପୋଲିସ ପହଞ୍ଚିବା ପରେ ମହେନ୍ଦ୍ରର ସୈନାତ କାରନାମା ସାମ୍ନାକୁ ଆସିଛି। ପତ୍ନୀ ନିଖୋଜ ଥିବାର ମିଛରେ ବାହାନା କରୁଥିବା ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି। କଟା, ମୁଣ୍ଡ, ହାତ ଗୋଡକୁ ନଦୀରୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପୋଲସି ପଠାଇ ପୂରା ମାମଲାର ତଦନ୍ତ ଜାରି ରଖିଛି।

Advertisment
Pregnant Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ