Google Play Store
ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ୪୫ଟି ଫ୍ରଡ୍ ଲୋନ ଆପ୍ । ଓଡ଼ିଶା କ୍ରାଇମବ୍ରାଞ୍ଚ ଏନେଇ ଗୁଗୁଲ୍କୁ ଚିଠି ଲେଖି ଅବଗତ କରିଛି । ଗତ ୭ ତାରିଖରେ ଲେଖାଯାଇଥିବା ଏକ ଚିଠିରେ ୪୫ଟି ଆପ୍ର ନାଁ ଉଲ୍ଲେଖ ରହିଛି । ପୂର୍ବରୁ ଏହିଭଳି ୨ଟି ଫ୍ରଡ୍ ଲୋନ୍ ଆପ୍ କୋକୋ ଲୋନ୍ ଓ ଜୋଜୋ ଲୋନ୍ ଆପ୍ ବିଷୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଅବଗତ କରାଯାଇଥିଲା ।
ଅଧିକ ତଦନ୍ତ ପାଇଁ ଏହି ଆପ୍ର ସମସ୍ତ ତଥ୍ୟ ମାଗିଥିଲା କ୍ରାଇମବ୍ରାଞ୍ଚ । ଏହି ଫ୍ରଡ୍ ଲୋନ୍ ଆପ୍ ଗୁଡିକ ବେଆଇନ୍ ଭାବେ ଲୋକଙ୍କୁ ସ୍ୱଳ୍ପ ମିଆଦୀ ଋଣର ଲୋଭ ଦେଖାଇ ଅଧିକ ସୁଧ ନିଅନ୍ତି । ଲୋକଙ୍କୁ ହଇରାଣ କରନ୍ତି, ବ୍ଲାକ୍ମେଲ୍ କରନ୍ତି ଏବଂ ଅଶ୍ଳିଳ ଭାଷା କହି ବଦ୍ନାମ କରନ୍ତି । ଏହାଦ୍ୱାରା ଋଣ ନେଇଥିବା ଅନେକ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପନ୍ଥା ମଧ୍ୟ ଆପଣାଇଛନ୍ତି । ଏଭଳି କରିବା ପାଇଁ ରିଜର୍ଭ ବ୍ୟାଙ୍କର ଅନୁମତି ନାହିଁ । ତେଣୁ ଏଗୁଡିକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇବା ପାଇଁ ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚର EOW ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652256072.jpg)