Advertisment

କୁଆଡ଼େ ଗଲେ ଗୋଟିଏ ପରିବାରର ୪ ଜଣ?

ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କ ଫୋନ୍ ଅପହଞ୍ଚ ହୋଇଥିଲା।

ଅଦ୍ୟତନ ହୋଇଛି
Missing Case

Missing Case

Advertisment

କୁଆଡ଼େ ଗଲେ  ନବରଙ୍ଗପୁର ର ସପନ ସରକାରଙ୍କ ପରିବାର ? ୨୪ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୪ ଜଣଙ୍କ ପତ୍ତା। ନବରଙ୍ଗପୁର ରାଇଘରର ସପନ ସରକାର, ପତ୍ନୀ ଇତିଶ୍ରୀ, ଶାଳକ ବିଶ୍ୱଜିତ ଏବଂ ପଡ଼ୋଶୀ ହାଜାରି ଢାଲି ଏକାଠି ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ। ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ। ବିଶ୍ୱଜିତଙ୍କ ଘର କୋଣ୍ଡାଗାଁରେ ହୋଇଥିବାରୁ ରାତିରେ ସେଠି ରହିବେ ବୋଲି ସେମାନେ ନିଷ୍ପତ୍ତି ନେଇଥିଲେ।

Advertisment

ହେଲେ ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କ ଫୋନ୍ ଅପହଞ୍ଚ ହୋଇଥିଲା। ରାତି ୧୦ଟା ପରେ ୪ ଜଣଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିନଥିଲା। ୪ ଜଣ ଏକାଠି କାର୍‌ରେ ବାହାରିଥିବା ବେଳେ କୁଆଡ଼େ ଗଲେ ତାକୁ ନେଇ ଆଶା ଆଶଙ୍କା ବଢ଼ିବାରେ ଲାଗିଛି। ଆଜି ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦିଆଯାଇଛି। ନବରଙ୍ଗପୁର ରାଇଘର ତହସିଲର ସୁପରଭାଇଜର ହେଉଛନ୍ତି ସପନ ସରକାର। 

Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ