Advertisment

Attempt Mrder: ଛୁଟି ପାଇଁ ଲଙ୍କାକାଣ୍ଡ; ୪ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ସରକାରୀ କର୍ମଚାରୀ

ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

Murder

Murder

Advertisment

ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛୁଟି ଦେବାକୁ ମନା କରିବାରୁ ଏଭଳି ବର୍ବରକାଣ୍ଡ ଭିଆଇଛନ୍ତି ଜଣେ ସରକାରୀ କର୍ମଚାରୀ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅମିତ ସରକାର। ସେ କୋଲକାତା ସ୍ଥିତ କାରିଗରୀ ଭବନର ଟେକ୍ନିକାଲ ଶିକ୍ଷା ବିଭାଗରେ କାମ କରନ୍ତି। ଭାଇରାଲ ଭିଡିଓରେ ଅମିତ ସ୍ପଷ୍ଟ ଦିବାଲୋକରେ ରକ୍ତଲଗା ଛୁରୀ ଧରି ରାସ୍ତାରେ ବୁଲିଥିବାର ଦେଖାଯାଉଛି।

ତାଙ୍କ ପିଠିରେ ଗୋଟିଏ ବ୍ୟାଗ୍ ଝୁଲୁଛି ଆଉ ସେ ହାତରେ ଅନ୍ୟ ଏକ ବ୍ୟାଗ୍ ଧରିଛନ୍ତି। ଆଉଗୋଟେ ହାତରେ ରକ୍ତଲଗା ଛୁରୀ ଧରି ସେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଠି ସେଠି ବୁଲୁଛନ୍ତି। ସେହି ବାଟ ଦେଇ ଯାଉଥିବା କିଛି ଲୋକେ ମୋବାଇଲରେ ତାଙ୍କର ଭିଡିଓ କଏଦ କରୁଥିବାବେଳେ ଅମିତ ସେହି ଲୋକମାନଙ୍କୁ ତାଙ୍କ ପାଖକୁ ନ ଆସିବାକୁ ଚେତାବନୀ ଦେଉଛନ୍ତି।

Advertisment

ତେବେ ସୂଚନା ମୁତାବକ କୋଲକାତା ସ୍ଥିତ କାରିଗରୀ ଭବନର ଟେକ୍ନିକାଲ ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିଲେ ଅମିତ ସରକାର। ସପ୍ତାହେ ହେଲା ତାଙ୍କୁ ଛୁଟି ମିଳିନଥିଲା। ଅମିତଙ୍କ ମାଆ ଅସୁସ୍ଥ ଥିବାରୁ ସେ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଛୁଟି ପାଇନଥିଲେ ।

ଏହାକୁ ନେଇ ତାଙ୍କର କିଛି ସହଯୋଗୀଙ୍କ ସହ ବଚସା ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ ସେ ଅଫିସ ଭିତରେ ୪ ଜଣଙ୍କୁ ଛୁରୀ ଭୁସି ଦେଇଥିଲେ ଏବଂ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ଅଭିଯୁକ୍ତ ଅମିତଙ୍କୁ ଗିରଫ କରିଛି ।

Advertisment

ଏହି ମରଣାନ୍ତକ ଆକ୍ରମଣରେ ଗୁରୁତର ୪ କର୍ମଚାରୀଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ତେବେ କାହିଁକି ଅମିତଙ୍କର ଛୁଟି ଆବେଦନ ଅଗ୍ରାହ୍ୟ ହେଲା ତାହା ଜଣାପଡିନି। ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ତେବେ ତାଙ୍କ ମାନସିକ ଅବସ୍ଥା ଠିକ ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ :ବ୍ୟାପିଲା GBS ରୋଗ, ପୁଣେ ପରେ କୋଲକାତାରେ ୩ ଜଣଙ୍କ ମୃତ୍ୟୁ ସନ୍ଦେହ

Murder Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ