Advertisment

ପିହୁ ଅପହରଣ ମାମଲାରେ ୪ ଗିରଫ, ସମସ୍ତ ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର

ଗତ ସୋମବାର ଅପରାହ୍ଣରେ ଜେଜେ ମା’ ହାତ ଧରି ଟ୍ୟୁସନରୁ ଫେରିବା ବେଳେ, ଦେବଗଡ଼ ଟାଉନ ଥାନାରୁ ମାତ୍ର ଶହେ ମିଟର ଦୂର ପୁଣି ଜନଗହଳି ପୂର୍ଣ୍ଣ ଷ୍ଟେଟ୍ ବ୍ୟାଙ୍କ ଛକରୁ କୁନି ଝିଅ ପିହୁକୁ ଅପହରଣ କରି ନେଇଥିଲେ ଦୁଇ ଦୁର୍ବୃତ୍ତ।

4 arrested for abducting minor child

4 arrested for abducting minor child

Advertisment

ଦେବଗଡ଼ରେ କୁନି ଝିଅ ପିହୁ ଅପହରଣ ମାମଲାର ପର୍ଦ୍ଦାଫାସ। ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଟଙ୍କା ପାଇଁ ଏହି ଅପହରଣ କରାଯାଇଥିଲା ବୋଲି ପୋଲିସ କହିଛି। ସମସ୍ତ ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଅପହରଣରେ ବ୍ୟବହୃତ କାର୍ ଏବଂ ଦୁଇଟି ବାଇକ୍ ଜବତ କରାଯାଇଛି।

Advertisment

ଗତ ସୋମବାର ଅପରାହ୍ଣରେ ଜେଜେ ମା’ ହାତ ଧରି ଟ୍ୟୁସନରୁ ଫେରିବା ବେଳେ, ଦେବଗଡ଼ ଟାଉନ ଥାନାରୁ ମାତ୍ର ଶହେ ମିଟର ଦୂର ପୁଣି ଜନଗହଳି ପୂର୍ଣ୍ଣ ଷ୍ଟେଟ୍ ବ୍ୟାଙ୍କ ଛକରୁ କୁନି ଝିଅ ପିହୁକୁ ଅପହରଣ କରି ନେଇଥିଲେ ଦୁଇ ଦୁର୍ବୃତ୍ତ। ବାଇକରେ ଆସିଥିଲେ, ଆଈକୁ ଧକ୍କା ମାରି ନାତୁଣୀକୁ ଛ଼ଡ଼ାଇ ଆଖି ପିଛୁଳାକେ ଫେରାର ମାରିଥିଲେ। ତେବେ ରାତି ପ୍ରାୟ ୪ ବେଳେ ଅତି ଆଶ୍ଚର୍ଯ୍ୟଜନକ ଭାବେ ସୁନ୍ଦରଗଡ଼ ଭୋଇପାଲିରେ ମିଳିଥିଲା ପିହୁର ସନ୍ଧାନ।

ପିହୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ମାମଲାର ଛାନଭିନ୍ କରିବା ସହ ସନ୍ଦିଗ୍ଦଙ୍କ ପରିଚୟ ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା।

Advertisment
Odisha Pihu Missing Case Deogarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ