ମଦ ବ୍ୟବସାୟୀଙ୍କ ବିଭିନ୍ନ ଘର ଓ ଫ୍ୟାକ୍ଟ୍ରିରେ ଆଇଟି ରେଡ୍ ଘଟଣାରେ ୩୫୧ କୋଟିରୁ ଅଧିକ ଟଙ୍କା ମିଳିଛି। ପ୍ରେସ୍ ରିଲିଜ୍ ଜରିଆରେ ଆୟକର ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଏହା ବାଦ୍ ୨ କୋଟି ୮୦ ଲକ୍ଷ ଟଙ୍କାର ଗହଣା ଜବତ୍ ହୋଇଥିବା ପ୍ରେସ୍ ରିଲିଜରେ ଦର୍ଶାଯାଇଛି । ଜବତ ଟଙ୍କାରୁ ୩୨୯ କୋଟି ବଲାଙ୍ଗିର ଓ ସମ୍ବଲପୁରରେ ଥିବା ପୁରୁଣା ଘର, ଗୁପ୍ତ ଚାମ୍ବରରେ ଲୁଚା ଯାଇଥିଲା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।