Advertisment

୧୦ ଦିନରେ ୩ ହଜାର ୪୮୮ ପଳାତକ ଗିରଫ

ଓ୍ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସଂପୃକ୍ତ ଜିଲ୍ଲା ପୋଲିସକୁ ରାଜ୍ୟ ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଛି। ବଡ଼କଥା  ହେଉଛି, ଗିରଫ ଓ୍ୱାରେଣ୍ଟିଙ୍କ ମଧ୍ୟରୁ ୨୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଥିଲା।

ଅଦ୍ୟତନ ହୋଇଛି
fugitives arrested by Odisha Police

fugitives arrested by Odisha Police

Advertisment

ଭୁବନେଶ୍ୱର: ୧୦ ଦିନ ଭିତରେ ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରାଯାଇଛି । ବିଭିନ୍ନ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିବା ୩ ହଜାର ୪୮୮ ପଳାତକଙ୍କୁ ଓଡ଼ିଶା ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି। ନଭେମ୍ବର ୫ରୁ ୧୪ ତାରିଖ ଭିତରେ ପଳାତକଙ୍କୁ ଧରିବା ଲାଗି ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ପୋଲିସକୁ ଏ ସଫଳତା ମିଳିଛି।

Advertisment

ଗିରଫ ପଳାତକଙ୍କ ମଧ୍ୟରୁ ୨୩୯୨ ଜଣଙ୍କ ବିରୋଧରେ ଜିଆର କେସ୍ ଥିବାବେଳେ ୪୦୦ ଜଣ ସିଜନାଲ୍ ଟ୍ରାଏଲ୍ କେସ୍ ଓ ୬୯୬ ଜଣଙ୍କ ବିରୋଧରେ ଅନ୍ୟାନ୍ୟ କେସ୍ ରହିଛି। ତେବେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୫୯୨ ଜଣ ଓ୍ୱାରେଣ୍ଟିଙ୍କୁ ଗିରଫ କରାଯାଇଥିବାବେଳେ ଗଞ୍ଜାମରୁ ୫୫୧ ଜଣଙ୍କୁ ଗିରଫ କରାଯାଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୫୧୬ ଜଣ ଓ୍ୱାରେଣ୍ଟିଙ୍କୁ ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି। ତେବେ ଓ୍ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସଂପୃକ୍ତ ଜିଲ୍ଲା ପୋଲିସକୁ ରାଜ୍ୟ ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଛି। ବଡ଼କଥା  ହେଉଛି, ଗିରଫ ଓ୍ୱାରେଣ୍ଟିଙ୍କ ମଧ୍ୟରୁ ୨୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଥିଲା।

Advertisment

ଏନେଇ ପୋଲିସ ଡିଜି ଅଭୟ କହିଥିଲେ ଯେ, ଅଭିଯୁକ୍ତ ଥାଇ ଫେରାର ଥିବା ୩୪୮୮ ପଳାତକଙ୍କୁ ଓଡ଼ିଶା ପୋଲିସ ତାର ସ୍ୱତନ୍ତ୍ର ଅଭିଯାନରେ ଗିରଫ କରିଛି। ଯେଉଁ ଅଭିଯୁକ୍ତମାନେ ଗିରଫ କିମ୍ବା କୋର୍ଟର ଅବମାନନା କରି ଉପସ୍ଥିତ ହେଉନଥିଲେ,  ସେମାନଙ୍କୁ ଏହି ଅଭିଯାନରେ ଗିରଫ କରାଯାଇଛି।  ଏହି ଅଭିଯାନରେ ଆମେ ୩୪୮୮ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛୁ। 

Bhubaneswar Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ