Advertisment

ଏମିତିକା ଚୋର !! ଚୋରି କଲେ ୧୩୩ ଟନ୍ ଚିକେନ..କିଣିଲେ ଟିଭି, ଫ୍ରିଜ୍ ଓ ଲାପଟପ୍

ରାତି ପ୍ରାୟ ୨ଟା ବେଳେ କର୍ମଚାରୀମାନେ କୁକୁଡା ଚୋରି କରି ନେଉଥିବା ସିସିଟିଭିରେ ରେକର୍ଡ ହୋଇଛି। ଏହାପରେ ସେମାନେ ରାସ୍ତା କଡରେ ଚିକେନ ବିକ୍ରି ମଧ୍ୟ କରିଥିଲେ।

ଅଦ୍ୟତନ ହୋଇଛି
Thieves Steal 133 Tons Of Chicken

Thieves Steal 133 Tons Of Chicken

Advertisment

କୁକୁଡା ଫାର୍ମରୁ ଚୋରି କଲେ କୁକୁଡା। ଗୋଟିଏ କି ଦୁଇଟି ନୁହେଁ ୧୩୩ଟନ୍ । ଆଉ ତାକୁ ବିକ୍ରି କରି ନିଜପାଇଁ କିଣିଲେ ଟିଭି, ଲାପଟପ୍, ଫ୍ରିଜ ଓ ଅନ୍ୟସାମଗ୍ରୀ। ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କ୍ୟୁବାରେ। ଯେଉଁଠି ଫାର୍ମରେ କାମ କରୁଥିବା ୩୦କର୍ମଚାରୀ ମିଶି ଏପରି କାଣ୍ଡ ଭିଆଇଛନ୍ତି।

Advertisment

ସୂଚନା ଅନୁସାରେ, ଏପରି ଚୋରି କରିବାକୁ ସେମାନେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ। ଏହି ଚୋରିରେ ଆଇଟି କର୍ମଚାରୀ, ସିକ୍ୟୁରିଟି ଗାର୍ଡ ଓ ସିଫ୍ଟ ବସ୍ ମାନେ ସାମିଲ ଥିଲେ। ଫାର୍ମକୁ ଆସୁଥିବା କୁକୁଡାକୁ ସେମାନେ ରାତି ଅଧରେ ଚୋରି କରି ରାସ୍ତାରେ ବିକ୍ରି କରିଦିଅନ୍ତି। ପ୍ରଥମେ ଅଳ୍ପ ସଂଖ୍ୟକ କୁକୁଡା ନେବା ବେଳେ କଥା ଜଣାପଡିନଥିଲା। ମାତ୍ର ଶୁକ୍ରବାର ଦେଖିବା ବେଳକୁ ପ୍ରାୟ ୧୬୬୦ଟି ବାକ୍ସ ଖାଲି ହୋଇସାରିଥିଲା।

ଏହାପରେ ସନ୍ଦେହ ବଢିଥିଲା। ମାଲିକ ଏନେଇ ଚିନ୍ତିତ ହେବା ସହ ସିସିଟିଭି ଫୁଟେଜ୍ ଚେକ୍ କରିଥିଲେ। ଯେଉଁଠି ଚୋରିର ସବୁ ଘଟଣା କଏଦ ହୋଇଥିଲା। ରାତି ପ୍ରାୟ ୨ଟା ବେଳେ କର୍ମଚାରୀମାନେ କୁକୁଡା ଚୋରି କରି ନେଉଥିବା ସିସିଟିଭିରେ ରେକର୍ଡ ହୋଇଛି। ଏହାପରେ ସେମାନେ ରାସ୍ତା କଡରେ ଚିକେନ ବିକ୍ରି ମଧ୍ୟ କରିଥିଲେ। ସେଥିରୁ ମିଳିଥିବା ଟଙ୍କାରେ ଟିଭି, ଫ୍ରିଜ ଓ ଲାପଟପ୍ କିଣିଥିବା ଜଣାପଡିଛି।

Advertisment

ବର୍ତ୍ତମାନ ଏହି ପ୍ରଦେଶରେ ଆର୍ଥକ ସଂକଟ ଚାଲିଛି। ଲୋକ ଦି ଓଳି ଦି ମୁଠା ଖାଇବା ପାଇଁ ଅନେକ ସଂଘର୍ଷ କରୁଛନ୍ତି। ମାତ୍ର ଏପରି ସ୍ଥିତିରେ ଚୋରମାନେ ନିଜ ପାଇଁ ଟିଭି, ଫ୍ରିଜ କିଣିବା ଆଶ୍ଚର୍ଯ୍ୟ କରିଛି। ତେବେ ଏପରି ଚୋରି ଘଟଣା ପ୍ରଥମ ନୁହେଁ। କରୋନା ମହାମାରୀ ପରଠାରୁ ଅପରାଧ ଓ ଚୋରି ବଢିବାରେ ଲାଗିଛି। ମାତ୍ର ଏହି ଚୋରି ଖୁବ ବଡ଼ ଅପରାଧ ପରି ମନେ ହେଉଛି। ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କୁ ପ୍ରାୟ ୨୦ବର୍ଷ ଜେଲ ହୋଇପାରେ।

Loot Thieves Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ