Advertisment

Marijuana Seized: ରାଜଧାନୀରୁ ମିଳିଲା ୩୦ କୋଟିର ମାରିଜୁଆନା; ଜବତ କଲା କଷ୍ଟମସ ବିଭାଗ...

ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଛି ହାଇଡ୍ରୋଫୋନିକ ୱିଡ ବା ମାରିଜୁଆନା I ବିମାନରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ କଷ୍ଟମସ ବିଭାଗ ମାରିଜୁଆନା ଜବତ କରିଛି।

ଅଦ୍ୟତନ ହୋଇଛି
Marijuana Seized

Marijuana Seized

Advertisment

ରାଜଧାନୀରୁ ମିଳିଲା ୩୦ କୋଟିର ମାରିଜୁଆନା। ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଛି ହାଇଡ୍ରୋଫୋନିକ ୱିଡ ବା ମାରିଜୁଆନା I ବିମାନରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ କଷ୍ଟମସ ବିଭାଗ ମାରିଜୁଆନା ଜବତ କରିଛି। ଏହି ଘଟଣାରେ ୩ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି।

Advertisment

ଜବତ ମାରିଜୁଆନାର ବଜାର ମୂଲ୍ୟ କିଲୋ ପିଛା ୧ କୋଟି ଟଙ୍କା ବୋଲି କୁହଯାଉଛି। ୬ଟି ବ୍ୟାଗ ଭର୍ତ୍ତି ଥିବା ହାଇଡ୍ରୋଫୋନିକ ୱିଡର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରୁଛି କଷ୍ଟମସ ବିଭାଗ I

ଏପଟେ ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ। ଖବର ପାଇ ଅବକାରୀ ବିଭାଗର ରେଡ୍ ବେଳେ ଚଳନ୍ତା ବସରେ ଡେଇଁ ଫେରାର ମାରିଲା ଅଭିଯୁକ୍ତ। ଗତକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏଭଳି ଘଟଣା ଘଟିଛି। ଏକ ଓଏସଆରଟିସି ବସରେ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ଅଭିଯୁକ୍ତ।

Advertisment

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସଂପୃକ୍ତ ବସରେ ଚଢାଉ କରିଥିଲା। ସ୍ଥାନୀୟ ଜୟପାଟଣା ରାଜବାଟୀ ଛକରେ ବସକୁ ଅଟକାଇ ଯାଞ୍ଚ କରିଥିଲା। ତେବେ ଯାଞ୍ଚ୍ ହେଉଥିବା ଜାଣି ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବସ୍ ଝର୍କା କାଚ ଦେଇ ଫେରାର ମାରିବାରେ ସକ୍ଷମ ହୋଇଥିଲା। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଅନ୍ୟଜଣେ ଯୁବକକୁ କାବୁ କରାଯାଇ ପାରିଥିଲା। ତେବେ ଉଭୟ ଅଭିଯୁକ୍ତ ବାହାର ରାଜ୍ୟର, ସେମାନେ ୧୦ରୁ ୧୫ କେଜିରୁ ଅଧିକ ଗଞ୍ଜେଇ ନେଇ ଚାଲାଣ କରୁଥିଲେ ବୋଲି ସୂଚନା ମିଳିଛି। ଏ ନେଇ ଅବକାରୀ ବିଭାଗର ପ୍ରତିକ୍ରିୟା ମିଳିପାରିନି।

Marijuana Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ