Advertisment

ପଶ୍ଚିମବଙ୍ଗରେ ହିଂସା: ପଞ୍ଚାୟତ ନିର୍ବାଚନ ବେଳେ ଗଡ଼ିଲା ମୁଣ୍ଡ, ବାଲାଟ୍‌ ପେପର୍‌ରେ ନିଆଁ ଲଗାଇ ଦେଲେ...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି। ୩ ଜଣ ଟିଏମ୍‌ସି(TMC) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମତଦାନର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
3 tmc workers killed ahead of Bengal panchayat polls

3 tmc workers killed ahead of Bengal panchayat polls

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି। ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରାଯାଇଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

Advertisment

ଆଜି ମତଦାନ ହେବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଗତକାଲି ୩ ଜଣ ଟିଏମ୍‌ସି(TMC) କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି। ଏମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ବିରୋଧୀ ଗୋଷ୍ଠୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା କଂଗ୍ରେସ ଓ ସିପିଆଇ ଅଭିଯୋଗ କରିଛି। ହିଂସା ଯୋଗୁ ମୁର୍ଶିଦାବାଦ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଟିଏମ୍‌ସି କାର୍ଯ୍ୟକର୍ତ୍ତା ବାବର ଅଲ୍ଲୀଙ୍କ କପାସଦଙ୍ଗା ଅଞ୍ଚଳରେ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶୁକ୍ରବାର ମୁର୍ଶିଦାବାଦ ଜିଲ୍ଲା ରେଜିନଗରରେ ବୋମା ବିସ୍ଫୋରଣରେ ଜଣେ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ଏହି ଘଟଣା ଘଟିଛି। ଖରଗ୍ରାମ ଜିଲ୍ଲାରେ ଅନ୍ୟ ଜଣେ ଟିଏମ୍‌ସି କାର୍ଯକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଛି। କେଉଁଠି ବାଲାଟ୍‌ ପେପର୍‌ ଲୁଟ୍‌ ହୋଇଛି ତ ଆଉ କେଉଁଠି ନିଆଁ ଲଗାଇ ଦେଇଛନ୍ତି। ସେହିପରି ଆଉ କେଉଁଠି ମତଦାନ କେନ୍ଦ୍ରରେ ଭଙ୍ଗାରୁଜା ହୋଇଛି।

Advertisment

ସୂଚନାଥାଉ କି, ପଶ୍ଚିମବଙ୍ଗ ନିର୍ବାଚନ ଆୟୋଗଙ୍କ ଅନୁସାରେ, ୨୨ ଜିଲ୍ଲାର ୬୩,୨୨୯ ଗ୍ରାମ ପଞ୍ଚାୟତ ସମିତିର ୯,୭୩୦ ଆସନ ଓ ଜିଲ୍ଲା ପରିଷଦର ୯୨୮ ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଜନତାଙ୍କ ହାତରେ। ୫.୬୭ କୋଟି ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।ଜୁଲାଇ ୧୧ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ। 

Advertisment
Advertisment