Advertisment

ମାଓ ହମଲାରେ ୩ CRPF ଯବାନ ସହିଦ

ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ମାଓବାଦୀ ମାନେ ହମଲା କରିଛନ୍ତି ।

ଅଦ୍ୟତନ ହୋଇଛି
Mao Attack

Mao Attack

Advertisment

ନୂଆପଡ଼ା ଅଞ୍ଚଳରେ ବଡ଼ ଅଘଟଣ । ତାଣ୍ଡବ ଲୀଳା ରଚିଛନ୍ତି ମାଓବାଦୀ । ମାଓ ହମଲାରେ ୩ CRPF ଯବାନ ସହିଦ ହେବା ସହ ୭ ଯବାନ ଗୁରୁତର । ସହିଦ ଯବାନମାନେ ହେଲେ ଏଏସାଇ ଶିଶୁପାଳ ସିଂହ, ଏସଆଇ ଶିବପାଲ ଓ କନଷ୍ଟେବଳ ଧର୍ମେନ୍ଦ୍ର କୁମାର ସିଂହ । ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ସଶସ୍ତ୍ର ମାଓବାଦୀ ମାନେ ହମଲା କରିଛନ୍ତି । ଏବେ ବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ରହିଛି । ତେବେ ଏନେଇ ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି । ତେବେ ଗୁରୁତର ୭ ଯବାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇଁ ଦକ୍ଷିରାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍‌ପି ଘଟଣାସ୍ଥଳକୁ ଯାଉଛନ୍ତି ।

Advertisment
Attack Maoist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ