Advertisment

ସୌମ୍ୟଙ୍କୁ ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ୍‌ର ଜେରା

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ନୂଆ ଚରିତ୍ର ସାମନାକୁ ଆସିବାରେ ଲାଗିଛନ୍ତି। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା। ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳୀ, ମାଳି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଜେରା କରିଥିଲା ସିବି।

ଅଦ୍ୟତନ ହୋଇଛି
ପୁଣି DFO, ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ୍

acf soumya ranjan mohapatra

Advertisment

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି CDMO ଅଫିସ୍ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା। ତୃତୀୟ ଦିନରେ ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ର ଜେରା କରିଛି। ପୋଡ଼ିଯିବା ପରେ ସୌମ୍ୟଙ୍କୁ ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ ଏବେ ଜେରା ଚାଲିଛି। କେତେ ଜଣ ଡାକ୍ତର ଚିକିତ୍ସା କରିଥିଲେ, କିଏ ଓ କେଉଁ ପରିସ୍ଥିତିରେ ତାଙ୍କୁ ବଡ଼ ଡାକ୍ତରଖାନାକୁ ରେଫର କରାଗଲା, ସେନେଇ ସିବି ପଚାରିପାରେ। ବିଶେଷକରି ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ ତଦନ୍ତ କରାଯିବାର ସୂଚନା ମିଳିଛି। ପ୍ରଥମତଃ, କେଉଁ ପରିସ୍ଥିତିରେ ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣ କରାଯାଇଥିଲା? କିଏ ତାଙ୍କୁ ମୃତ୍ୟୁକାଳୀନ ଜମାନବନ୍ଦୀ ଦେବା ପାଇଁ କହିଥିଲେ? କାହା ନିର୍ଦ୍ଦେଶରେ ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣ କରିଥିଲେ? ଏପରି ଅନେକ ପ୍ରଶ୍ନ ସିବି ପଚାରିବାର ସୂଚନା ମିଳିଛି। 

Advertisment

ଆଜି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଓ ଅନ୍ୟ ୨ ଡାକ୍ତର କୃଷ୍ଣଚନ୍ଦ୍ର ବେହେରା, ଅଭିଳାଶ ପଣ୍ଡାଙ୍କୁ ପଚରାଉଚରା ଚାଲିଛି। ତେବେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ନୂଆ ଚରିତ୍ର ସାମନାକୁ ଆସିବାରେ ଲାଗିଛନ୍ତି। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା। 

ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳୀ, ମାଳି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଜେରା କରିଥିଲା ସିବି। ସେମାନଙ୍କ ଠାରୁ ସେଦିନର ଘଟଣା ବାବଦରେ ଟିକିନିଖି ଜାଣିବାକୁ ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଥିଲା କ୍ରାଇମବ୍ରାଞ୍ଚ। ଆଉ, ୪ ଘଣ୍ଟାର ପଚରାଉଚରାରେ ଅନେକ ଗୁମର ଖୋଲିଥିଲେ ମାଳି ଏବଂ ଜଗୁଆଳି।

Advertisment

ମୁଖ୍ୟ ଫାଟକ ଜଗୁଆଳି କହିଥିଲେ, ଘଟଣା ଦିନ ରାତି ପ୍ରାୟ ୮ଟା ବେଳେ ଜିଲ୍ଲାପାଳ, ଡିଏଫଓଙ୍କ ଘରକୁ ଯାଇଥିଲେ। ଏପରିକି ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ନେବା ବେଳକୁ ମଧ୍ୟ ସେ ଘଟଣାସ୍ଥଳରେ ଉପସ୍ଥିତ ଥିବା କ୍ରାଇମବ୍ରାଞ୍ଚ ଏବଂ ଗଣମାଧ୍ୟମ ଆଗରେ ଜଗୁଆଳି ସ୍ପଷ୍ଟ କରିଛନ୍ତି। ଏହାପରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଛନ୍ତି, ଆବଶ୍ୟକ ପଡିଲେ ଜିଲ୍ଲପାଳ ଲିଙ୍ଗରାଜ ପଣ୍ଡାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ନେଇ ବିଚାର କରାଯିବ।  

Odisha News Paralakhemundi Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ