Deadbody
ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଲକ୍ଷ୍ମୀପୁର ଥାନା ତୋୟାପୁଟରେ । ଗୋଟିଏ ଘରୁ ମିଳିଛି ସ୍ୱାମୀ, ସ୍ତ୍ରୀ ଏବଂ ଛୁଆର ମୃତଦେହ । ସ୍ୱାମୀ ଲିଙ୍ଗା ବିଷୋଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପାଖରେ ଥିବା ସୋଫାରୁ ସ୍ତ୍ରୀଙ୍କ ମୃତଦେହ ମିଳିଛି ।ଛୋଟ ଛୁଆର ମରଶରୀର ସୋଫା ତଳେ ପଡ଼ି ରହିଛି । ଏଭଳି କିଛି ଛାତି ଥରିଲା ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କେମିତି ଏଭଳି ଘଟଣା ଘଟିଲା ସେନେଇ ଲକ୍ଷ୍ମୀପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
ସେପଟେ କରଞ୍ଜିଆରେ କେନାଲକୁ ଖସି ପଡ଼ି ୩ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି । ହାତୀବାରି ନିକଟ ଦେଓ କେନାଲକୁ ଖସି ପଡ଼ିଥିଲା ବାଇକ୍ । ଗୋଟିଏ ବାଇକରେ ୪ ଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତ ଜଣଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Deadbody_1676216823.jpeg)