ଅଶାନ୍ତ ରାଜଧାନୀ ! ପଳାଶୁଣିରେ ୩ ବୋମା ମାଡ଼

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

blast at Chemical factory

ରାଜଧାନୀରେ ପୁଣି ଫୁଟିଲା ବୋମା । ପଳାଶୁଣି ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମାମାଡ଼ । କେହି ଦୁର୍ବୃତ୍ତ ୩ଟି ବୋମାମାଡ଼ କରିଥିବା ସୂଚନା ମିଳିଛି । ତେବେ ବୋମାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିଲେ । ତେବେ ବୋମାମାଡ଼ର କାରଣ  ଅସ୍ପଷ୍ଟ ରହିଛି । ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।