Advertisment

ଭୁବନେଶ୍ୱରରେ ଭସାଣି ଶୋଭାଯାତ୍ରା ବେଳେ ବୁଲିଲା ଖଣ୍ଡା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି । ଆକ୍ରମଣର ଶିକାର ହୋଇଥିବା ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି ।

2persons injured

2persons injured

Advertisment

ଭସାଣ ସମୟରେ ବୁଲିଲା ଖଣ୍ଡା । ଆକ୍ରମଣରେ ୨ ଜଣ ଆହତ । ଭୁବନେଶ୍ୱର ରସୁଲଗଡ ପୂଜା ମଣ୍ଡପ ପକ୍ଷରୁ ଭସାଣି ଶୋଭାଯାତ୍ରା ସମୟରେ ଏମିତି ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି । ଆକ୍ରମଣର ଶିକାର ହୋଇଥିବା ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

Advertisment

ରାଜଧାନୀ ଭୁବନେଶ୍ୱରରେ ମୋଟ ୧୮୮ଟି ମେଢ଼ ତିନି ଭାଗରେ ବିଭକ୍ତ ହୋଇ ବିସର୍ଜନ କରାଯିବା ନେଇ ଯୋଜନା ହୋଇଥିଲା । ଏଥିପାଇଁ ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଆରଟିଓ ପଡ଼ିଆରେ ଆୟୋଜନ ହୋଇଥିଲା ଭବ୍ୟ ଭସାଣ ଉତ୍ସବ ।

ସହିଦନଗର ପଡ଼ିଆକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ରୂପାଲି ଛକ ଦେଇ ରାଜମହଲ ଯାଏଁ ଯିବାର ବ୍ୟବସ୍ଥା କରାଯାଇଥିଲା । ଭସାଣ ଉତ୍ସବ ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଫୋକସ କରିଥିଲା କମିଶନରେଟ୍ ପୋଲିସ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ