Advertisment

ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ, ପ୍ରେମିକାଙ୍କ ରହସ୍ୟଜନକ ମୃତ୍ୟୁ !

ସଂସାର ଆଶାରେ ଘର ଛାଡ଼ି ପ୍ରେମିକ ସହ ଥିବା ପ୍ରେମିକାର ପ୍ରାଣହାନୀ । ଖଣ୍ଡଗିରି ଅଞ୍ଚଳରେ ପ୍ରେମିକାର ଶବକୁ ଛାଡ଼ି ପ୍ରେମିକ ଗାୟବ ।

Crime

Crime

Advertisment

ମାତ୍ର ୨୫ ଦିନର ପ୍ରେମ। ଆଖିରେ ଥିଲା ଅନେକ ସ୍ୱପ୍ନ, ଇଛା ଥିଲା ସୁନାର ସଂସାରଟିଏ ଗଢ଼ି ମନର ମଣିଷ ସହିତ ବାଟ ଚାଲିବେ। ହେଲେ କିଏ ଜାଣିଥିଲା, ସ୍ୱପ୍ନର ବସା ଭାଙ୍ଗିବା ପରେ ରହସ୍ୟଜନକ ଭାବେ ସେହି ପ୍ରେମିକାର ଚାଲିଯିବ ପ୍ରାଣ। ସ୍ତବ୍ଧ ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ। ପ୍ରଥମେ ଲଭ୍ ପରେ ଲିଭ୍ ଇନ୍ ଆଉ ଏବେ ଲାଇଫ୍ ଏଣ୍ଡର ଦୁଃଖଦ ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି ରାଜଧାନୀରେ।

Advertisment

ଜ୍ୟୋତିରେଖା ପରିଡ଼ା। ଘର ଦାମନଯୋଡ଼ି ଥାନା ମାଥିଲିପୁଟ। MCA ବି ପଢିଥିଲେ। କିଛିଦିନ ହେବ ଖଣ୍ଡଗିରି ତୁଷ୍ଟି ଆପାର୍ଟମେଣ୍ଟର ଏକ ଘରେ ରହୁଥିଲେ ପ୍ରେମିକ ପ୍ରିୟରଂଜନ ପାତ୍ରଙ୍କ ସହ। କିନ୍ତୁ ଆପାର୍ଟମେଣ୍ଟର ଆଉଟହାଉସରୁ ମିଳିଛି ୨୩ ବର୍ଷିୟା ଜ୍ୟୋତିଙ୍କ ଝୁଲନ୍ତା ମୃତଦେହ। କିନ୍ତୁ ଆଶ୍ଚର୍ଯ୍ୟ,ମେଲା ରହିଛି ଘର, ମିଳୁନି ଜ୍ୟୋତିଙ୍କ ମୋବାଇଲ୍। ଜ୍ୟୋତିରେଖାଙ୍କ ମୃତ୍ୟୁ ପରଠୁ ଗାୟବ ପ୍ରିୟ। ତେଣୁ ପରିବାର ଲୋକଙ୍କ ଅଭିଯୋଗ, ଝିଅକୁ ହତ୍ୟା କରି ଖସିଯାଇଛି ପ୍ରିୟରଂଜନ।   

ଗଞ୍ଜାମ ବେଲଗୁଣ୍ଠାର ପ୍ରିୟରଞ୍ଜନ ପାତ୍ର। ପେଶାରେ ଡ୍ରାଇଭର। କିଛିଦିନ ହେବ ଜ୍ୟୋତିଙ୍କୁ ନୋଟାରୀରେ ମ୍ୟାରେଜ୍ କରିଥିଲେ। ଆପାର୍ଟମେଣ୍ଟବାସୀଙ୍କ କହିବା କଥା, ଗତ ୨୫ ଦିନ ହେବ ଦୁହେଁ ଆସି ଏହି ଆଉଟ୍ ହାଉସରେ ରହୁଥିଲେ। ତେବେ କାହିଁକି ଏହି ଚରମ ପରିଣତି ? ପ୍ରେମିକାର ମୃତ୍ୟୁ ପରଠୁ କୁଆଡ଼େ ଗଲେ ପ୍ରିୟ ? ଏହା ଆତ୍ମହତ୍ୟା ନା ତାଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ଝୁଲାଇ ଦିଆଯାଇଛି ଛୋଟିଆ ଘରେ ? କେଉଁ କାରଣ ପାଇଁ ସଂସାର ବସିବା ଆଗରୁ ଉଜୁଡ଼ି ଗଲା ଜ୍ୟୋତି ଏବଂ ପ୍ରିୟଙ୍କ ସଂପର୍କ ? ଏଭଳି ନାନା ପ୍ରଶ୍ନ ଭିତରେ ପୋଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି।

Advertisment

ସମାନ ଘଟଣା, ରାଉରକେଲାରେ। ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଏକ ହୋଟେଲରୁ ମିଳିଛି ୨୨ ବର୍ଷିୟା ଜଣେ ଯୁବତୀଙ୍କ ମୃତଦେହ। ହୋଟେଲ୍ ଲଗବୁକ୍ ତଥ୍ୟ କହୁଛି, ରାଉରକେଲା ବନପୋଷର ଅଜୟ କୁମାର ସା’ଙ୍କ ସହ କାଲି ସକାଳେ ଆସି ରହିଥିଲେ। କିନ୍ତୁ ପୋଡ଼ା ଅବସ୍ଥାରେ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରି ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ସେଇଠି ତାଙ୍କର ପ୍ରାଣହାନୀ ହୋଇଛି।

ପୋଲିସ କହିଛି, ଯେଉଁ ରୁମରେ ରହୁଥିଲେ ଉଭୟେ, ସେହି ରୁମରୁ କିରୋସିନୀ ବାସ୍ନା ଆସୁଛି। ତେବେ ହୋଟେଲ୍ ଭିତରେ ଏମିତି କ’ଣ ଘଟିଗଲା ଯେ, ଯୁବତୀଙ୍କ ଏଭଳି ଅବସ୍ଥା ହେଲା ? ତାଙ୍କୁ କିରୋସିନୀ ଢ଼ାଳି ଜାଳି ଦିଆଗଲା ନା ସେ ନିଜେ ଜଳିଗଲେ ? ସାଙ୍ଗରେ ଥିବା ପୁରୁଷ ବନ୍ଧୁ ଅଜୟ କାହିଁକି ବଞ୍ଚାଇ ପାରିଲେନି ? ପରିବାର ଲୋକଙ୍କ ଅଭିଯୋଗ, ଝିଅକୁ ଦୁଷ୍କର୍ମ ପରେ ଜାଳିଦେଇ ହତ୍ୟା କରିଛି ଅଜୟ। ପୋଲିସ ଅଜୟଙ୍କୁ ଅଟକ ରଖି ତଦନ୍ତ କରୁଛି।

Advertisment

ରାଜଧାନୀରୁ ରାଉରକେଲା। ଗୋଟିଏ ଦିନରେ ଦୁଇ ଦୁଇ ଜଣ ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ । ତା’ପୁଣି ତଥାକଥିତ ପ୍ରେମ ସଂପର୍କର ପରିଣାମ। ଏଭଳି ଅଭାବନୀୟ ଘଟଣା ଏବେ ସମସ୍ତଙ୍କୁ ବିଚଳିତ କରିଛି।

Murder Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ