/odishatv-khabar/media/post_attachments/uploadimage/library/16_9/16_9_0/s_1687066574.jpg)
2 women shot dead by unidentified assailants in delhi
ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ଜଣ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ଦିଲ୍ଲୀର ଆର୍କେ ପୁରମରେ ଏହି ଗୁଳିକାଣ୍ଡ ହୋଇଛି। ଗୁରୁତର ଅବସ୍ଥାରେ ସେମାନଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଆଖି ବୁଜିଛନ୍ତି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଟଙ୍କାକୁ ନେଇ ବିବାଦ ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।
ସୂଚନା ଅନୁସାରେ, ଆର୍କେ ପୁରମ ଥାନା ଅନ୍ତର୍ଗତ ଆମ୍ବେଦକର ରହୁଥିବା ଲଳିତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଗୁଳିକାଣ୍ଡ ଘଟିଛି। ସେ ଦାବି କରିଛନ୍ତି, ଟଙ୍କା ମାଗିବାକୁ ସେ ଜଣେ ଯୁବକଙ୍କ ପାଖକୁ ଯାଇଥିଲେ। ଏହାପରେ ଘରକୁ ଫେରିଥିଲେ। କିଛି ସମୟ ପରେ କିଛି ଲୋକ ଆସି ଲଳିତଙ୍କ ଘରର କବାଟ ଜୋର୍ରେ ବାଡ଼େଇ ଥିଲେ। ହେଲେ ସେ କୌଣସି ଜବାବ ଦେଇନଥିଲେ।
ପୁଣି କିଛି ସମୟ ପରେ ଦୁର୍ବୃତ୍ତମାନେ ଫେରିଥିଲେ ଓ ଲଳିତଙ୍କ ୨ ଭଉଣୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଲଳିତଙ୍କ କହିବା ଅନୁସାରେ, ତାଙ୍କର ଜଣେ ଭଉଣୀଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କ ପେଟରେ ଗୁଳି ବାଜିଥିଲା। କୌଣସିମତେ ଦୁର୍ବୃତ୍ତଙ୍କ କବଳରୁ ଲଳିତ ନିଜକୁ ବଞ୍ଚାଇ ଦେଇଥିଲେ ମଧ୍ୟ ସବୁଦିନ ପାଇଁ ୨ ଭଉଣୀଙ୍କୁ ହରାଇଛନ୍ତି।
ପୋଲିସ୍ ସୂଚନା ଅନୁସାରେ, ଗୁଳିମାଡ଼ରେ ଯେଉଁ ୨ ମହିଳାଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ଭାଇର ଆକ୍ରମଣକାରୀଙ୍କ ସହ ଝଗଡ଼ା ହୋଇଥିଲା। ହୁଏତ ରାଗରେ ଦୁର୍ବୃତ୍ତମାନେ ଏଭଳି ଘଟଣା ଘଟାଇଥାଇପାରନ୍ତି। ଏନେଇ ପୋଲିସ୍ ଛାନ୍ଭିନ୍ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)