• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ଅଚାନକ୍‌ ବିଗିଡ଼ିଗଲା ସ୍ୱାସ୍ଥ୍ୟାବସ୍ଥା..ଆଉ ଜଣକ ପରେ ଜଣେ ପାଞ୍ଚ ଜଣ...ସମସ୍ତଙ୍କର ହେଲା ସନ୍ଦେହଜନକ ମୃତ୍ୟ । ହୃଦୟ ଥରାଇ ଦେବ ଏହି ମୃତ୍ୟୁର କାହାଣୀ । ପ୍ରତିଶୋଧର ନିଆଁରେ ଅନ୍ଧ ହୋଇ ନିଜ ପରିବାରକୁ ଉଜାଡ଼ିଦେଲା ଘରର ବୋହୂ । ସ୍ୱାମୀ, ଶାଶୂ, ଶ୍ୱଶୁର, ନଣନ୍ଦର ସମସ୍ତ ସମ୍ପର୍କ ତୁଚ୍ଛ ହୋଇଗଲା । ଗୋଟିଏ ପରିବାରର ବାରମ୍ବାର ସମାଲୋଚନାରେ ଅତିଷ୍ଠ ହୋଇ ବୋହୂ ସଂଘମିତ୍ରା ଜଣେ ସମ୍ପର୍କୀୟ ମହିଳାଙ୍କ ସହ ମିଶି ପୂରା ପରିବାରକୁ ଶେଷ କରିଦେଇଛନ୍ତି ।

ମହାରାଷ୍ଟ୍ରର ଗଡଚିରୋଲିରେ ଗୋଟିଏ ପରିବାରରେ ପାଞ୍ଚ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁର ପର୍ଦ୍ଦାଫାଶ କରିଛି ପୋଲିସ । ଡେଥ୍‌ ମିଷ୍ଟ୍ରି ସାଜିଥିବା ଏହି ମାମଲା ସାମୁହିକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ଆଉ ଏହି ମୃତ୍ୟୁ ପଛରେ କୌଣସି ଶତ୍ରୁ କିମ୍ବା ସିରିଏଲ କିଲର ନୁହଁନ୍ତି, ବରଂ ପରିବାରର ବୋହୂ ଥିବା ଜଣାପଡ଼ିଛି । ଦୁଇ ମହିଳା ଯୋଜନା କରି ପରିବାର ଲୋକଙ୍କୁ ବିଷ ପିଆଇ ହତ୍ୟା କରିଛନ୍ତି ।

ଗିରଫ ସଂଘମିତ୍ରା ସହ ତାଙ୍କ ସ୍ୱାମୀ ରୋଷନ ଓ ଶାଶୂ ଘର ଲୋକଙ୍କ ତିକ୍ତତା ଲାଗି ରହିଥିଲା । ସଂଘମିତ୍ରା ରୋଷନଙ୍କୁ ପ୍ରେମ ବିବାହ କରିବା ପରେ ତାଙ୍କ ବାପା ଆତ୍ମହତ୍ୟା କରିଥିଲେ । ଆଉ ସେହି କଥାକୁ ନେଇ ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କୁ ତାଚ୍ଛଲ୍ୟ କରୁଥିଲେ । ସେମାନଙ୍କ କଥାରେ ସଂଘମିତ୍ରା ଏତେ ବିଚଳିତ ହୋଇ ପଡ଼ିଥିଲେ ଯେ ସମସ୍ତଙ୍କୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା ରଚିଥିଲେ । ଆଉ ଏଥିରେ ପରିବାରର ଜଣେ ମହିଳା ତାଙ୍କର ସାଥ୍‌ ଦେଇଥିଲେ । ଯେପରି କାହାର ସନ୍ଦେହ ନହେବ ସେଥିପାଇଁ ଖାଦ୍ୟ ଓ ପାଣିରେ ମିଶି ଯାଉଥିବା ବିଷ ଆଣି ପରିବାର ଲୋକଙ୍କୁ ଦେଇଥିଲେ ସଂଘମିତ୍ରା ।

ସେପ୍ଟେମ୍ବର ୨୦.. ସଂଘମିତ୍ରାଙ୍କ ଶ୍ୱଶୁର ଶଙ୍କର କୁମ୍ଭାରେ ଓ ତାଙ୍କ ପତ୍ନୀ ବିଜୟାଙ୍କ ଶରୀରରେ ଖାଦ୍ୟ ବିଷାକ୍ତ ହେବାର ଲକ୍ଷଣ ସବୁ ଦେଖାଦେଇଥିଲା । ଚାହୁଁଚାହୁଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ପ୍ରଥମେ ଶଙ୍କର କୁମ୍ଭାରେ ଓ ଦିନକ ପରେ ତାଙ୍କ ସ୍ତ୍ରୀ ଆଖି ବୁଜିଥିଲେ । ଏହି ଶୋକରୁ ପରିବାର ଲୋକ ବାହାରି ନଥିବା ବେଳେ ସେମାନଙ୍କ ଦୁଇ ଝିଅ କୋମଲ ଓ ଆନନ୍ଦା ଏବଂ ପୁଅ ରୋଶନ ସମାନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୮ରେ କୋମଳ, ୧୪ରେ ଆନନ୍ଦା ଓ ଦିନକ ପରେ ରୋଶନଙ୍କ ମୃତ୍ୟୁ ଘଟିଥିଲା ।

ପ୍ରାଣ ହରାଇଥିବା ପରିବାରର ୫ ସଦସ୍ୟଙ୍କ ଶରୀରରେ ସମାନ ଲକ୍ଷଣ ଦେଖାଦେଇଥିଲା। ସନ୍ଦେହ ହେବାରୁ ପୋଲିସକୁ ଖବର ଦିଆଗଲା। ତୁରନ୍ତ ୪ଟି ଟିମ ଗଠନ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସତ ପଦାକୁ ଆସିଛି । ଶେଷରେ ସଙ୍ଘମିତ୍ରା ଓ ଅନ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ ।