Advertisment

ଗଣଦୁଷ୍କର୍ମ ଅଭିଯୁକ୍ତକୁ ଗାଧୋଇ ଦେଲା ପୋଲିସ୍

ଘଟଣାରେ ରାଉରକେଲା ଏସ୍‌ପି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି। ପୂର୍ବରୁ ମଧ୍ୟ ରାଉରକେଲାରେ ପୋଲିସ ହେପାଜତରୁ ଅପରାଧୀ ଖସିଯିବା ଘଟଣା ନଜରକୁ ଆସିଥିଲା।

ଅଦ୍ୟତନ ହୋଇଛି
Rape Accused

Rape Accused

Advertisment

ରାଉଲକେଲା: ପୋଲିସ ହାତରୁ ଖସିଲେ, ହେଲେ ଡ୍ରେନ୍ ଭିତରେ ଫସିଲେ। ଆଉ ଡ୍ରେନ୍ ଭିତରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତକୁ କାବୁ କଲା ପୋଲିସ। ଏଭଳି ଏକ ଘଟଣା ଘଟିଛି ରାଉରକେଲାରେ। ଗତକାଲି ସନ୍ଧ୍ୟାରେ ଜଣେ ଗଣଦୁଷ୍କର୍ମ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ  ରାଉରକେଲା ସରକାରୀ ମେଡିକାଲ ନେଇଥିଲା ପୋଲିସ। ହେଲେ ମେଡିକାଲରୁ ପୋଲିସ୍‌କୁ ଚକ୍‌ମା ଦେଇ ଖସିଗଲା ଅଭିଯୁକ୍ତ। ଆଉ ଅଗ୍ରସେନ୍ ଭବନ ନିକଟରେ ଥିବା ଡ୍ରେନ୍ ଭିତରକୁ ପଶିଗଲା।

Advertisment

ପୋଲିସ ଗତକାଲି ରାତି ୧୦ଟା ପର୍ଯ୍ୟନ୍ତ ଡ୍ରେନରେ ଖୋଜାଖୋଜି କରିଥିଲା। ହେଲେ ଅଭିଯୁକ୍ତକୁ ପାଇ ନ ଥିଲା। ଆଜି ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ରାଉରକେଲା ପୋଲିସର ଏକ ସ୍ପେଶାଲ୍ ଟିମ୍। ଆଉ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଡ୍ରେନ୍ ଭିତରୁ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା।

Police Arrested AccusedPolice Arrested Accused

ଡ୍ରେନ୍ ଭିତରୁ ଆଣିବା ପରେ ପୋଲିସ ତାକୁ ଧୋଇଥିଲା। ଏହି ଘଟଣାରେ ରାଉରକେଲା ଏସ୍‌ପି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି। ପୂର୍ବରୁ ମଧ୍ୟ ରାଉରକେଲାରେ ପୋଲିସ ହେପାଜତରୁ ଅପରାଧୀ ଖସିଯିବା ଘଟଣା ନଜରକୁ ଆସିଥିଲା।

Advertisment
OdishaPolice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ