Camera man Murder Case
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତେବେ ୨ ଜଣଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି। ଦିନ ୩ଟା ବେଳେ ପ୍ରେସମିଟରେ ପୋଲିସ ବିସ୍ତୃତ ସୂଚନା ଦେବ। ନୟାଗଡ ଜିଲ୍ଲା ରଣପୁର ଥାନା ନୂଆପଲ୍ଲୀ ଗୋଡିପୋଖରୀ ଗାଁର କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ଗତ ଫେବୃୟାରୀ ୭ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଯାଇଥିବାବେଳେ ନାଲଗୁଣ୍ଡାରୁ ତାଙ୍କୁ ଅପହରଣ କରାଯାଇଥିଲା।
ଭୁବନେଶ୍ୱରର ଏକ ୱେବ ଚ୍ୟାନେଲର କିଛି ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମାନସଙ୍କ ପରିବାର ଲୋକେ ଫେବୃୁୟାରୀ ୧୪ରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଚାନ୍ଦବାଲି ପୋଲିସର ସ୍ୱତନ୍ତ୍ର ଟିମ୍ ଛାନଭିନ କରି ଘଟଣାର ଖୁଲାସା କରିଥିଲା। ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।
ରାଜଧାନୀରେ ହତ୍ୟା ଓ ପରେ ନୟାଗଡ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ନିକଟ ପାହାଡ଼ ନିକଟରେ ମାନସଙ୍କ ମରଶରୀରକୁ ପୋତି ଦିଆଯାଇଥିଲା। ସେଠାରୁ ପୋଲିସ ଉଦ୍ଧାର କରିଥିଲା ମାନସଙ୍କ ଗଳିତ ଶବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us