ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅଧିକାରୀଙ୍କୁ ଆକ୍ରମଣ, ଅଫିସରେ ପଶି ଆତଙ୍କ ସୃଷ୍ଟି କଲେ ୨ ଦୁର୍ବୃତ୍ତ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଅଫିସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଅଫିସରେ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ୪ ଅଧିକାରୀଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି ।

Nandankanan

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଅଫିସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଅଫିସରେ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ୪ ଅଧିକାରୀଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି । ଜୀବବିଜ୍ଞାନୀ ଡକ୍ଟର ରାଜେଶ ମହାପାତ୍ର, ଏସିଏଫ୍ ଡକ୍ଟର ସୁଦୀପ୍ତ କୁମାର ପଣ୍ଡା, ଡକ୍ଟର ରଶ୍ମୀ ରଂଜନ ସ୍ୱାଇଁ ପ୍ରମୁଖଙ୍କୁ ଦୁର୍ବ୍ୟବହାର ସହ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର୍, ଟିଭି ଏବଂ ଆସବାବପତ୍ର ସମେତ ଅନେକ ଅଫିସ୍ ସମ୍ପତ୍ତିକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଯାହାର ଚିତ୍ର କଏଦ୍ ହୋଇଛି ସିସିଟିଭିରେ । ସେହିପରି ଅଡିଟ୍ ଅଧିକାରୀଙ୍କ ଲାପଟପ୍ ଓ ମୋବାଇଲ୍ ଫୋନକୁ ବି ନଷ୍ଟ କରିଦେଇଥିଲେ । ଏ ସଂପର୍କରେ ପୋଲିସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ କରାଯାଉଛି ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ପୁଳା ପୁଳା ଟଙ୍କା; ଏୟାରପୋର୍ଟରୁ ଜବତ ହେଲା ୭୫ଲକ୍ଷ

ସିସିଟିଭି ଫୁଟେଜ ଆଧାରରେ ଏଥିରେ ସଂପୃକ୍ତ ଦୁଇ ଦୁର୍ବୃତ୍ତଙ୍କୁ ନନ୍ଦନକାନନ ପୋଲିସ ଗିରଫ କରିଛି । ତେବେ ଏଭଳି ଆତଙ୍କରାଜ ପଛର କାରଣ କ’ଣ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଖୋଦ୍ ସରକାରୀ କାର୍ଯ୍ୟାଳୟରେ ପଶି ଦୁର୍ବୃତ୍ତ ଏପରି କାଣ୍ତ ଘଟାଇଥିଲେ ହେଁ ପୋଲିସ ଟେର୍ ପାଇନଥିଲା । ନନ୍ଦନକାନନ ଥାନା ପୋଲିସକୁ ଫୋନ୍ କରାଯିବା ପରେ ମଧ୍ୟ ପୋଲିସ ପ୍ରାଣୀ ଉଦ୍ୟାନ ପାଖେ ଆସି ଦେଖଣାହାରୀ ସାଜିଥିଲା ।

ଗତକାଲି ସୋମବାର ଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା । ଏଣୁ ଦୁର୍ବୃତ୍ତମାନେ ଏପରି କାଣ୍ତ ଘଟାଇଥିବା ପୋଲିସ ସନ୍ଦେହ କରୁଛି । ତେବେ ବନ୍ଦ ଥିବା ବେଳେ ମଧ୍ୟ ସେମାନେ କିପରି ପଶିଲେ ଏହାର ତନାଘନା ଜାରି ରଖିଛି ପୋଲିସ ।