Advertisment

ବାଲେଶ୍ୱରରେ ପହଞ୍ଚିଲା NIA ଟିମ୍‌

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍‌ ଅଭିଯୋଗରେ ଓଡ଼ିଶା ପୋଲିସ ତଦନ୍ତ କରିଥିଲା। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ।

NIA Team

NIA Team

Advertisment

ବାଲେଶ୍ୱର: ବାଲେଶ୍ୱରରେ NIA ଟିମ୍ DRDOର ତଥ୍ୟ ଲିକ୍ ନେଇ ୫ କର୍ମଚାରୀ ଗିରଫ ଘଟଣାରେ ଅଧିକ ତଦନ୍ତ ପାଇଁ ପହଞ୍ଚିଲା NIAର ଏକ ଟିମ୍ ପହଞ୍ଚିଛି।NIAର ୨ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତି। ବାଲେଶ୍ୱର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି। ଚାନ୍ଦିପୁର DRDO ସେଣ୍ଟରରୁ ତଥ୍ୟ ଲିକ୍ ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବଢ଼ିଛି। ପୂର୍ବରୁ ୪ ଜଣ ଗିରଫ ହୋଇଥିବା ବେଳେ ଆଜି DRDOରେ ଡ୍ରାଇଭର ଭାବେ କାମ କରୁଥିବା ସଚିନ କୁମାରକୁ ଗିରଫ କରିଛି ବାଲେଶ୍ୱର ପୋଲିସ୍। 

Advertisment

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍‌ ଅଭିଯୋଗରେ ଓଡ଼ିଶା ପୋଲିସ ତଦନ୍ତ କରିଥିଲା। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ।

ଯେଉଁମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି। ଯାହାର ପକ୍କା ତଥ୍ୟ ପାଇବା ପରେ ତନାଘନା କରି ୪ ଜଣଙ୍କୁ ଗିରଫ କରିବା ସହ ସତ ଉଗାଳିବାକୁ ଚେଷ୍ଟା କରୁଥିଲା ପୋଲିସ୍। ପରେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ, ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ବିଷୋୟୀଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ବାଲେଶ୍ୱର ଯାଇଥିଲା।

Advertisment
Odisha DRDO Spying On DRDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ