Advertisment

ମହଙ୍ଗା ପଡ଼ିଲା ‘ସୁଭଦ୍ରା’ ଦରଖାସ୍ତ ପାଇଁ ଅର୍ଥ ଦାବି; ଗିରଫ ହେଲେ ୨ ଜନସେବା କେନ୍ଦ୍ର କର୍ମଚାରୀ...

ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ।

ଅଦ୍ୟତନ ହୋଇଛି
Jan Seva Kendra Employees Arrested

Jan Seva Kendra Employees Arrested

Advertisment

ମହଙ୍ଗା ପଡ଼ିଲା ସୁଭଦ୍ରା ଯୋଜନା ଦରଖାସ୍ତ ପାଇଁ ଅର୍ଥ ଦାବି। ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ। ଉଭୟେ ନିଳାଦ୍ରିବିହାର ଏବଂ ସତ୍ୟନଗର ସ୍ଥିତ ଜନସେବା କେନ୍ଦ୍ରର କର୍ମଚାରୀ ବୋଲି ଜଣାପଡ଼ିଛି।

Advertisment

ତେବେ ବିଏମସି କମିଶନର କହିଛନ୍ତି, ଶେଷ ହିତାଧିକାରୀ ପାଇବା ପର୍ଯ୍ୟନ୍ତ ଫର୍ମ ଯୋଗାଇ ଦିଆଯିବ। ଏଥିପାଇଁ ହିତାଧିକାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା କୌଣସି ଭ୍ରମରେ ପଡନ୍ତୁ ନାହିଁ। କୌଣସି ଅଭିଯୋଗ କିମ୍ବା ସନ୍ଦେହ ଥିଲେ ୧୪୬୭୮ ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ କହିଛନ୍ତି।

ଅଧିକ ପଢ଼ନ୍ତୁ: ଅଭାବନୀୟ ଘଟଣା: ‘ସୁଭଦ୍ରା’ପାଇଁ ବନ୍ଧା ପଡ଼ିଲା ପତ୍ନୀର ସୁନା, କିଣିଲେ ମୋବାଇଲ...

Advertisment

ମହଙ୍ଗା ପଡ଼ିଲା ମିଠା ପ୍ୟାକେଟରେ ଟଙ୍କା ଲାଞ୍ଚ । ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍ ରେ ୨ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଫନ୍ଦି କରି ବନ୍ଧାହେଲେ ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ଚିଫ୍ ମ୍ୟାନୁଫ୍ୟାକଚରିଂ ଅଫିସର ରାମଭବ୍ ଗଟ୍ଟୁ। ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ କର୍ମଚାରୀଙ୍କୁ ପ୍ରରୋଚିତ ଉଦ୍ୟମ ପାଇଁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। 

ଗିରଫ ରାମଭବ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ସାକ୍ଷାତ କରିବାକୁ ଆସି ଫୁଲ ତୋଡା ସହ ଏକ ମିଠା ପ୍ୟାକେଟ୍ ଦେଇଥିଲେ । ସନ୍ଦେହରେ ଜିଲ୍ଲାପାଳ ପିଅନକୁ ସେ ମିଠା ପ୍ୟାକେଟ୍ ଖୋଲିବାକୁ କହିଥିଲେ। ଉକ୍ତ ପ୍ୟାକେଟ୍ ରେ ୫ଶହ ଟଙ୍କିଆ ୪ଟି ବଣ୍ଡଲରେ ୨ ଲକ୍ଷ ଟଙ୍କା ରହିଥିଲା। ଏହା ଦେଖି ଜିଲ୍ଲାପାଳ ତୁରନ୍ତ ଭିଜିଲାନ୍ସକୁ ଖବର ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ସୁଭଦ୍ରା ଫର୍ମ ବାଣ୍ଟିବା ହେଲା କାଳ; ମାଡ଼ ଖାଇଲେ ଅଙ୍ଗନବାଡ଼ି କର୍ମୀ

 

Police Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ