• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶନେଶ୍ୱର ତଥା ଶନି ଦେବଙ୍କୁ ମାଂସର ମାଳ ଅର୍ପଣ କରିବାକୁ ଉଦ୍ୟମ । କର୍ଣ୍ଣାଟକ(Karnataka)ର ଶ୍ରୀ ଶ୍ରୀ ଶନି ମହାତ୍ମା ମନ୍ଦିରରେ ମାଂସର ମାଳ(meat garland) ଅର୍ପଣ କରିବାକୁ ଚେଷ୍ଟା କରୁଥିବାବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବାଙ୍ଗାଲୋର ଗ୍ରାମାଞ୍ଚଳର ଦୋଡାବାଲାପୁର ତାଲୁର ଭଗବାନ ଶନୈଶ୍ୱର ଶ୍ରୀ ଶନି ମନ୍ଦିରରେ ଏପରି ଘଟଣା ଘଟିଛି ।

୨୪ ବର୍ଷିୟ ମୁନିରାଜୁ ଏବଂ ୪୫ ବର୍ଷିୟ ଅଟୋ ରିକ୍ସା ଡ୍ରାଇଭର ସୋମାଶେଖର ନାମକ ଦୁଇ ଯୁବକ ଭୋର୍ ପ୍ରାୟ ୪ଟା ସମୟରେ ମନ୍ଦିର ପରିସରରେ ଥିବା ପାର୍କିଂରେ ପହଞ୍ଚିଥିଲେ । ହେଲେ ଉଭୟ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ସୁରକ୍ଷା କର୍ମୀମାନେ ଅଟକାଇ ଥିଲେ ।

ଏହା ପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ଉଭୟ ସମାନ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ । ସେହି ଦିନ ଠାରୁ ସୁରକ୍ଷା କର୍ମୀମାନେ ସେମାନଙ୍କ ଉପରେ ନଜର ରଖିଥିଲେ । ଘଟଣା ଦିନ ସେମାନେ ମନ୍ଦିରରେ ପହଞ୍ଚିବା ପରେ ସେମାନେ କହିଥିଲେ, ଭଗବାନଙ୍କ ପୂଜା ପାଇଁ ଆସିଛି । ହେଲେ ଯାଞ୍ଚ ପରେ ଅସଲ କଥା ଜଣାପଡ଼ିଥିଲେ । ଗୋଲାପ ପଛରେ ମାଂସ ଖଣ୍ଡ ଗୁନ୍ଥି ଦେଇଥିଲେ ଉଭୟ ଅଭିଯୁକ୍ତ ।

ମନ୍ଦିର କମିଟିର ସଭାପତି କହିଛନ୍ତି, ଜଣେ ବ୍ୟବସାୟୀ ତାଙ୍କୁ ପଠାଇଛନ୍ତି, ତାଙ୍କର ଅନେକ କ୍ଷତି ହୋଇଯାଇଛି । ଆଉ ସେ ଶନିଦେବଙ୍କ ଉଦ୍ଦେଶ୍ୟରେ ଏହି ପୁଷ୍ପମାଲ୍ୟ ପଠାଇଛନ୍ତି । ପଚରାଉଚରା ପରେ ମନ୍ଦିର କମିଟି ଉଭୟ ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲା ।

ଅନ୍ୟପକ୍ଷରେ ପୋଲିସ ଏ କାହାଣୀର ଏକ ଭିନ୍ନ ମୋଡ ସମ୍ପର୍କରେ କହିଛନ୍ତି । ଜଣେ ଭଣ୍ଡ ବାବା ଏହି ଘଟଣା ପଛରେ ଅଛନ୍ତି । ଆଉ ସେ ହିଁ ଶନିଶ୍ୱର ପ୍ରଭୁଙ୍କୁ ଏହି ପୁଷ୍ପମାଲ୍ୟ ଅର୍ପଣ କରିବାକୁ ପରାମର୍ଶ ଦେଇଥିଲା । ମାଂସ ମାଳ ଅର୍ପଣ ଦ୍ୱାରା ଭଗବାନ ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେମାନେ ସୁଖରେ ବଞ୍ଚିବେ ବୋଲି କହିଥିଲା । ତେବେ ଏହି ଘଟଣା ପରେ ତଥାକଥିତ ଭଣ୍ଡବାବା ଜଣକ ଫେରାର ଅଛନ୍ତି ।