Advertisment

ସାରୁଅ ତରଙ୍ଗ ଷ୍ଟୁଡିଓ ବିରୋଧରେ ଅନୈତିକ ମେଳି: ମୁଖ୍ୟ କାର୍ପଟଦାର ବାପା-ଝିଅ-ଦାଦା ଗ୍ରୁପ୍

ରାସ୍ତା ସମସ୍ୟାର ସମାଧାନ ଏମାନଙ୍କ ଅସଲ ଉଦ୍ଦେଶ୍ୟ ନୁହେଁ ବରଂ ତରଙ୍ଗ ଷ୍ଟୁଡିଓରୁ ଠିକାଦାରୀ କାମରୁ ଅନ୍ତର ହିଁ ମେଳିର ମୁଖ୍ୟ କାରଣ।

Behind Tarang Studio conspiracy

Behind Tarang Studio conspiracy

Advertisment

ସାରୁଅ ତରଙ୍ଗ ଷ୍ଟୁଡିଓ ବିରୋଧରେ ଅନୈତିକ ମେଳି। ବର୍ଷ ବର୍ଷ ଧରି ଠିକା କାମ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମେଇଲେ। ଆଉ ଏବେ ଅସାମାଜିକ କାର୍ଯ୍ୟକଳାପ ପାଇଁ ଠିକା କାମରୁ ଅନ୍ତର କରିଦେବାରୁ କଲେକ୍ଟର ଅଫିସ ଆସି କଂପାନୀ ବିରୋଧରେ ମେଳି କଲେ। ଆଉ ସେ ଅନୈତିକ ମେଳି ପଛର ମୁଖ୍ୟ କାର୍ପଟଦାରମାନେ ହେଲେ ଏ ବାପା-ଝିଅ ଓ ଦାଦା ଗ୍ରୁପ୍। ବାପା ମଥୁରା ମହାଭୋଇ, ଝିଅ ତଥା ସାରୁଅ ସରପଞ୍ଚ ରଂଜିତା ମହାଭୋଇ ଓ ମଥୁରାଙ୍କ ଭାଇ ଦିଲ୍ଲିପ ମହାଭୋଇ। ଆଜି ଦୁଇ ମୁଖ୍ୟ କାର୍ପଟଦାର ଭାଇ ତ ଆସି ନାହାନ୍ତି ବରଂ ନିଜ ସରପଞ୍ଚ ଝିଅ ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ହାତବାରିସି ସଜାଇ କଲେକ୍ଟର ଅଫିସ୍ ପଠାଇଛନ୍ତି।

Advertisment

ମଥୁରାଙ୍କ ସମ୍ପର୍କୀୟ ଉପେନ୍ଦ୍ର ମହାଭୋଇ ନିଜ ଚାଷ ଜମିକୁ ତାଙ୍କୁ ଛଡ଼ାଯାଉନଥିବା ଅଭିଯୋଗ ଆଣି, କିଛି ନିରୀହ ଲୋକଙ୍କୁ ସାଙ୍ଗରେ ଧରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ଆସିଥିଲେ। ଉପଜିଲ୍ଲାପାଳଙ୍କୁ ନିଜ ଦାବିପତ୍ର ଦେଇ ଫେରିଛନ୍ତି। ତେବେ ବାସ୍ତବ କଥା ହେଲା ଜମିକୁ ରାସ୍ତା ସମସ୍ୟାର ସମାଧାନ ଏମାନଙ୍କ ଅସଲ ଉଦ୍ଦେଶ୍ୟ ନୁହେଁ ବରଂ ତରଙ୍ଗ ଷ୍ଟୁଡିଓରୁ ଠିକାଦାରୀ କାମରୁ ଅନ୍ତର ହିଁ ମେଳିର ମୁଖ୍ୟ କାରଣ। ସୂଚନା ଅନୁସାରେ ସାରୁଅ ଅଞ୍ଚଳର ମଥୁରା ମହାଭୋଇ ଓ ତାଙ୍କ ଭାଇ ଦିଲ୍ଲିପ ମହାଭୋଇ ଦୀର୍ଘ ଦିନ ଧରି ତରଙ୍ଗ ଷ୍ଟୁଡିଓ ପରିସରରେ ବିଭିନ୍ନ ଠିକା କାମ କରି ଆସୁଥିଲେ। ଏମିତିକି ସେ ବାବଦରେ ଲକ୍ଷ ଲକ୍ଷ ଟଙ୍କାର ମୁନାଫା ବି କମେଇଛନ୍ତି।

ଏବେ ବି ସେମାନଙ୍କ ଜେସିବି ମେସିନ୍ ସହ ଠିକା କାମରେ ବ୍ୟବହୃତ ଅନେକ ଯନ୍ତ୍ରାଂଶ ବି କଂପାନୀ ପରିସରରେ ରହିଛି। ତାସହ କଂପାନୀ ସହ ଠିକାଦାରି କାମର ଚୁକ୍ତିନାମାର ନକଲ ବି ରହିଛି। ଯେଉଁଥିରେ ଦିଲ୍ଲିପ ମହାଭୋଇଙ୍କୁ ୧କୋଟି ୯୮ ଲକ୍ଷ ଟଙ୍କାର ଠିକାକାମ ପ୍ରଦାନ କରାଯାଇଥିବାବେଳେ ମଥୁରା ମହାଭୋଇଙ୍କୁ ୪୯ଲକ୍ଷରୁ ଅଧିକ ଟଙ୍କାର ଠିକାକାମ ଦିଆଯାଇଛି। ହେଲେ ବିଗତ କିଛି ଦିନ ଧରି ଏମାନଙ୍କ କ୍ରମାଗତ ଅସମାଜିକ କାର୍ଯ୍ୟକଳାପ ଓ ଦାଦାଗିରିକୁ ଦେଖି କଂପାନୀ ସେମାନଙ୍କୁ ଠିକା କାମରୁ ଅନ୍ତର କରିଥିଲା ଯେଉଁଥିରେ ଆକ୍ରୋଶ ମନୋଭାବ ରଖି କଂପାନୀ ବିରୋଧରେ ବିଭିନ୍ନ ଉପାୟରେ ଚଳାଇଛନ୍ତି ଚକ୍ରାନ୍ତ। ଏମିତିକି ମଥୁରା ମହାଭୋଇ ନିଜ ସରପଞ୍ଚ ଝିଅଙ୍କ କ୍ଷମତାକୁ ପ୍ରୟୋଗ କରିବାକୁ ବି ପଛାଇ ନାହାନ୍ତି। ଏପରିକି ଜର ବିକଳରେ ତାଟିଆ କାମୁଡିଲା ଭଳି କଂପାନୀ ବିରୋଧରେ ଘିସାପିଟା ଅଭିଯୋଗ ଆଣୁଛନ୍ତି ଉପେନ୍ଦ୍ର ଓ ରଂଜିତା ମହାଭୋଇ।

Advertisment

ସେପଟେ ଏହି ଘଟଣାରେ ଏଡିଏମ୍‌ କହିଛନ୍ତି ସେ ସାରୁଆ ଶିଳ୍ପାଞ୍ଚଳରେ ଜମି ସମସ୍ୟା ନେଇ ଲିଖିତ ଅଭିଯୋଗ ପାଇଛନ୍ତି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ତଦନ୍ତ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ। ତେଣେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସକୁ ମେଳି କରି ଆସିବା ପଛରେ ବେଗୁନିଆର ବିଜେଡି ବିଧାୟକ ରାଜେନ୍ଦ୍ର ସାହୁଙ୍କର ହାତ ଥିବା ମଧ୍ୟ ଅଭିଯୋଗ ହୋଇଛି ଯାହାକି କହୁ କହୁ କ୍ୟାମେରା ଆଗରେ ବଖାଣିଛନ୍ତି ମେଳିକୁ ଆସିଥିବା ସାରୁଅ ବାହାରର ଜଣେ ବିଧାୟକଙ୍କ ସମର୍ଥକ। ତେବେ ଏନେଇ ବିଧାୟକ ରାଜେନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇନି।

ତେବେ ବ୍ୟକ୍ତିଗତ ହେଉ କି ରାଜନୈତିକ ବିଭିନ୍ନ ସମୟରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସାରୁଅ ତରଙ୍ଗ ଷ୍ଟୁଡିଓ ଉପରେ ଜାରି ରହିଛି ଆକ୍ରୋଶ ମୂଳକ ମନୋଭାବ। ଏମିତିକି ଗତ ୧୫ ତାରିଖରେ ତରଙ୍ଗ ଷ୍ଟୁଡିଓ ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଷ୍ଟୁଡିଓ ଲ୍ୟାଣ୍ଡ ଅଫିସରଙ୍କୁ ଖୋଜିବାକୁ ଆସି କିଛି ଲୋକ ଗାଳିଗୁଲଜ କରୁଥିବାବେଳେ ଏହାକୁ ବାରଣ କରିବାରୁ ହଲିମଙ୍କ ଉପରେ ଠେଙ୍ଗା ବାଡ଼ି ଓ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା। ଏନେଇ ବାଘମାରୀ ଥାନାରେ ହଲିମ୍ ଖାଁଙ୍କ ପକ୍ଷରୁ ମଥୁରା ମହାଭୋଇ ଓ ଦିଲ୍ଲିପ ମହାଭୋଇଙ୍କ ନାଁ ଲିଖିତ ଅଭିଯୋଗ ହୋଇଥିଲେ ବି କାହାରିକୁ ଗିରଫ କରିନି ପୋଲିସ୍।

Advertisment
Sarua Industrial Estate Taranga TV Studio
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ