2 BJP workers beaten to death
ବାଲେଶ୍ୱର ଜିଲ୍ଲା ସୋରରେ ୨ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼ । ସୋର ସହରରେ ବିଜେପିର ବିଜୟ ଶୋଭାଯାତ୍ରା ସାରି ଘରକୁ ଫେରିବାବେଳେ ଭୂଜାଲି ମାଡ଼ ହୋଇଛି । ଛୁରାମାଡ଼ର ଶୀକାର ଦୁଇ ଜଣ ହେଲେ ତାଳନଗର ଗାଁର ପ୍ରଫୁଲ୍ଲ ଦାସ ଓ ଶରତ ଦାସ । ଗୋଟିଏ ଓଭରବ୍ରିଜ ନିକଟରେ ୪ ଜଣ ଆକ୍ରମଣ କରିଥିଲେ । ତେବେ ଅନ୍ୟ ଏକ ବାଇକରେ ଯାଉଥିବା ବିଜେପି କର୍ମୀ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ ।
ବିଜେଡିର ଗୁଣ୍ଡାମାନେ ଛୁରା ଓ ଭୂଜାଲି ମାଡ଼ କରିଥିବା ନେଇ ବିଜେପି ଅଭିଯୋଗ କରିଛି । ତାଙ୍କୁ ଯୋଜନା ବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଡ଼ାକ୍ତରଖାନା ଓ ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଗୁରୁତର ଦୁଇଜଣ ୪୪ ନମ୍ବର ବିଜେପି ମଣ୍ଡଳ ସଭାପତିଙ୍କ ଭାଇ ବୋଲି ଜଣାପଡ଼ିଛି l ଏଥିସହିତ ବିଜେପିର ଗୋଟିଏ ବୈଠକ ଚାଲିଥିବା ବେଳେ ସେଠାରେ ଢେଲା ମାଡ଼ କରିଥିଲେ । ଏଥିରେ ଜଣେ ଆହତ ହୋଇଛନ୍ତି । ତେବେ ୨ ବିଜେପି କର୍ମୀଙ୍କୁ ଆକ୍ରମଣ ପରେ ସୋର ଥାନା ଘେରାଉ କରିଥିଲେ ଦଳୀୟ କର୍ମୀ । ବୁଝାସୁଝା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648521322.jpg)