Advertisment

ଜାମତରା ସାଇବର ଠକେଇ ଲିଙ୍କ୍‌ରେ ଓଡ଼ିଶାରୁ ୨ ଗିରଫ

ବ୍ୟାଙ୍କ ଆକାଉଣ୍ଟରେ ଏକାଧିକ ସନ୍ଦେହ ଜନକ ଟ୍ରାନ୍‌ଜେକ୍ସନ ବିଷୟରେ ପୁଲିସକୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ସୁନୀଲଙ୍କ ନାମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କର ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଟ୍ରାନାଜକ୍ସନ ବିଷୟରେ ଜାଣିପାରିଥିଲା ।

Cyber Crime

Cyber Crime

Advertisment

ଝାରସୁଗୁଡା: ଝାଡଖଣ୍ଡର ଜାମତରା ସାଇବର ଠକେଇ ଲିଙ୍କରେ ୨ ଜଣ ସାଇବର ଠକଙ୍କୁ ଗିରଫ କଲା ଝାରସୁଗୁଡା ପୁଲିସ। ଗିରଫ ଅଭିଯୁକ୍ତ ଦ୍ୱୟ ଶେଖ ଅମାଦୁଲ ଓ ସୁନିଲ କୁମାର ସାହୁ ବୋଲି ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଝାରସୁଗୁଡା ପାହାଡିମନ୍ଦିର ଆଦର୍ଶ କୋଲନୀ ନିବାସୀ ସୁନିଲ କୁମାର ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକାଧିକ ସନ୍ଦେହ ଜନକ ଟ୍ରାନ୍‌ଜେକ୍ସନ ବିଷୟରେ ପୁଲିସକୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା ।

Advertisment

ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ସୁନୀଲଙ୍କ ନାମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କର ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଟ୍ରାନାଜକ୍ସନ ବିଷୟରେ ଜାଣିପାରିଥିଲା । ଏହି କାର୍ଯ୍ୟରେ ଝାରସୁଗୁଡା କାଳିମନ୍ଦିର ରୋଡ ଅନ୍ୟ ଜଣେ ସହଯୋଗୀ ସେକ୍ ଅମାଦୁଲର ସମ୍ପୃକ୍ତି ବିଷୟରେ ମଧ୍ୟ ପୁଲିସ ଜାଣିବାକୁ ପାଇଲା। ଆମାଦୁଲର ମଧ୍ୟ ବିଭିନ୍ନ ବ୍ୟାଙ୍କରେ ୮ଟି ବ୍ୟାଙ୍କ ଆକାଉଣ୍ଟ ମିଳିଥିଲା। ପୁଲିସ ଯାଂଚକରି ଏହି ସମସ୍ତ ଆକାଉଣ୍ଟରେ ସନ୍ଦେହଜନକ କାରବାର ଲକ୍ଷ୍ୟ କରିଥିଲା। ଫଳରେ ଉଭୟଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରଥିଲା।

ଏଥିରେ ସୁନୀଲ କୁମାର ସାହୁ ଏବଂ ଆମାଦୁଲ ଝାଡଖଣ୍ଡର ଜାମ୍‌ତରା ସାଇବର ଠକେଇ ଗ୍ୟାଙ୍ଗସହ ସମ୍ପୃକ୍ତି ଥିବା ସ୍ୱୀକାର କରିଥିଲେ। ଫଳରେ ପୁଲିସ ସେମାନଙ୍କୁ ଗିରଫ କରିବାସହ ତାଙ୍କ ନିକଟରେ ଥିବା ୪ଟି ସିମ ୨ଟି ମୋବାଇଲ ଫୋନ, ୮ଟି ବ୍ୟାଙ୍କ ପାସବୁକ ଏବଂ ୩ଟି ଏଟିଏମ କାର୍ଡ ଜବତ କରିଛି। ଏହାସହ ପୁଲିସର ଏକ ସ୍ୱତନ୍ତ୍ର ଟିମ ଜାମ୍‌ତରାକୁ ଯାଇ ଏହି ସାଇବର କ୍ରାଇମ ବିଷୟରେ ଅଧିକ ତଦନ୍ତ କରିବ ବୋଲି ଏସପି ଶ୍ରୀ ଦାସ ସୂଚନା ଦେଇଛନ୍ତି।

Advertisment
Odisha News Cyber Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ