Advertisment

ଖୋଲିଲା ତୁଷାର ମୃତ୍ୟୁର ଗୁମର: ବନ୍ଧା ହେଲେ ୨ ସାଥୀ

କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Tushar Death Case

Tushar Death Case

Advertisment

କଟକ: ବହୁଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍। ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ।ତୁଷାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାର ମିଳିଲା ପ୍ରମାଣ। ପ୍ରେସମିଟ୍‌ରେ ରହସ୍ୟଜନକ ଘଟଣା ଉପରୁ ପରଦା ଉଠାଇଛନ୍ତି ACP। ଗିରଫ ୨ ଜଣ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ।

Advertisment

ଏସିପି ଅମରେନ୍ଦ୍ର ପଣ୍ଡାଙ୍କ କହିବାନୁସାରେ- ଅଭିଯୁକ୍ତମାନେ ତୁଷାରକାନ୍ତଙ୍କୁ ମାନସିକ, ଶାରିରୀକ ନିର୍ଯାତନା ଦେଉଥିଲେ। ଥାନାରେ ମାମଲା କରିବାକୁ ତୁଷାରକାନ୍ତଙ୍କୁ ଧମକ ଦେଉଥିଲେ। ତୁଷାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାର ପ୍ରମାଣ ମିଳିଛି। ତୁଷାରଙ୍କ ବାନ୍ଧବୀ, ବାନ୍ଧବୀଙ୍କ ବଡ଼ ଭଉଣୀ ଓ ତାଙ୍କ ବୟଫ୍ରେଣ୍ଡ ତଦନ୍ତ ପରିସରଭୁକ୍ତ। ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ତୁଷାର ନିଖୋଜ ହେବା ପରେ ପ୍ରଥମେ ଅପହରଣ କରାଯାଇଥିବା ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରାଯାଇଥିଲା। ଅଗଷ୍ଟ ୩ରେ କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।

Advertisment

କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ଛାତ୍ର ଥିଲେ ତୁଷାର । ସେହି କଲେଜର ଜଣେ ଛାତ୍ରୀଙ୍କ ସହିତ ତୁଷାରଙ୍କ ଭଲ ସଂପର୍କ ଥିଲା । ଏମିତିକି ଘର ପରିବାର ସହିତ ମଧ୍ୟ ଉଭୟ ଚିହ୍ନାଜଣା ବୋଲି ଜଣାପଡିଥିଲା। ପରେ ତୁଷାରଙ୍କ ପରିବାର ଅଭିଯୋଗ କରିଥିଲେ ଯେ ସେହି ଝିଅଟିର ତା ବୟଫ୍ରେଣ୍ଡ ସହିତ ବ୍ରେକ୍ଅପ ହୋଇଥିବାରୁ ଏଥିପାଇଁ ତୁଷାରକୁ ସେ ଦାୟୀ କରିଥିଲା। ଏମିତି କି ତା ଜୀବନ ନଷ୍ଟ କରିଦେଇଥିବା ଅଭିଯୋଗ କରି ତୁଷାରକୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲା। ସେଇ ଝିଅଟି ହ୍ୱାଟସ୍‌ଆପ୍‌ରେ ଚାଟ୍‌ରୁ ଏହା ସାମନାକୁ ଆସିଥିଲା। 

Odisha Cuttack ChristCollege Tusarkant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ