Advertisment

16-year-old Girl Murders Mother: ପ୍ରେମ ପାଇଁ ମା’କୁ ମାରିଦେଲା ଝିଅ; ସାହାଯ୍ୟ କଲେ ଭାଇ-ପ୍ରେମିକ...

ବଡ଼ ହେଲା ପ୍ରେମ, ପଛ ହେଲା ଜନ୍ମ କଲା ମାଆ । ଯେଉଁ ମାଆ ୯ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ଜନ୍ମ କରି...୧୬ ବର୍ଷ ଧରି ନିଜେ ନ ଖାଇ, ନ ପିଇ ଯେଉଁ ଝିଅ ମୁଁହରେ ଆହାର ଦେଇ ବଡ଼ କରିଥିଲା ସେହି ଝିଅ ଶେଷରେ ଜୀବନ ନେଇଗଲା।

ଅଦ୍ୟତନ ହୋଇଛି
16-year-old Girl Murders Mother

16-year-old Girl Murders Mother

Advertisment

ବର୍ବର କାଣ୍ତ...ଜଘନ୍ୟ ଅପରାଧ...ଆପଣ ବି ଶୁଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଗଲା ଭଲି ଲାଗିବ....ପ୍ରେମିକ ପାଇଁ ବଳିପଡ଼ିଲା ମାଆ । ପ୍ରେମିକର ପ୍ରେମ ଆଗରେ ଫିକା ପଡ଼ିଗଲା ମାଆର ମମତା । ବଡ଼ ହେଲା ପ୍ରେମ, ପଛ ହେଲା ଜନ୍ମ କଲା ମାଆ । ଯେଉଁ ମାଆ ୯ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ଜନ୍ମ କରି...୧୬ ବର୍ଷ ଧରି ନିଜେ ନ ଖାଇ, ନ ପିଇ ଯେଉଁ ଝିଅ ମୁଁହରେ ଆହାର ଦେଇ ବଡ଼ କରିଥିଲା ସେହି ଝିଅ ଶେଷରେ ଜୀବନ ନେଇଗଲା। ଏମିତିକି ମାଆକୁ ମାରିବାରେ ସାହାଯ୍ୟ କରିଥିଲେ ଭାଇ ଓ ପ୍ରେମିକ। 

Advertisment

ଏମିତି ଜଘନ୍ୟ ଘଟଣା ଘଟିଛି ତେଲେଙ୍ଗାନାର ମେଡଚଳ ଜିଲ୍ଲାରେ । ଜଣେ ୧୬ ବର୍ଷୀୟା ଝିଅ ତା’ ପ୍ରେମିକ ଓ ସାନ ଭାଇ ସହାୟତାରେ ତାଙ୍କ ୩୯ ବର୍ଷୀୟା ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। 

ପୋଲିସର ସୂଚନା ଅନୁଯାୟୀ, ଦଶମ ଶ୍ରେଣୀର ଛାତ୍ରୀ ଜଣକଙ୍କର ପ୍ରେମ ସମ୍ପର୍କ ବିଷୟରେ ଘରେ ଜାଣି ଦେଇଥିଲେ । ଯାହାଫଳରେ ତାଙ୍କ ମାଆ ଅଞ୍ଜଳି ଗାଳି କରିବା ସହ ବିରକ୍ତ ହୋଇଥିଲେ। ଏଥିରେ କ୍ରୋଧିତ ହୋଇ ସେ ତାଙ୍କ ପ୍ରେମିକ ଶିବା...ଯାହାର ବୟସ ୧୯ ବର୍ଷ ଓ ଭାଇ ଯଶୱନ୍ତ...ଯାହାର ବୟସ ୧୮ ବର୍ଷ...ତିନି ଜଣ ମିଶି ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା କୁହାଯାଉଛି। ଏହି ତିନି ଜଣ ଅଞ୍ଜଳିଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ତା’ପରେ ତାଙ୍କ ମୁଣ୍ଡକୁ ଲୁହା ରଡ୍ ସାହାଯ୍ୟରେ ଆଘାତ ଦେଇଥିଲେ, ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟାର ସମ୍ପୂର୍ଣ୍ଣ କାରଣ ଓ ଘଟଣାବଳୀ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଚଲାଇଛି। 

Advertisment

ତେବେ ନିକଟରେ ସମାନ ଘଟଣା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା। ଦିନେ ରାସ୍ତାକଡ଼ରେ କାନ୍ଦୁଥିବା କୁନି ଝିଅକୁ ଉଠାଇ ଆଣି ପାଳିପୋଷି ବଡ଼ କରିଥିଲେ ରାଜଲକ୍ଷ୍ମୀ କର । କିନ୍ତୁ ସେହି ମାଆକୁ ହତ୍ୟା କରିବାକୁ ପଛାଇନଥିଲା ଅଷ୍ଟମ ଶ୍ରେଣୀରେ ପଢୁଥିବା ପାଳିତ ଝିଅ । ଘଟଣାଟି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା  । ମିଳିଥିବା ସୂଚନା ମୁତାବକ, ପୋଷ୍ୟ ଝିଅକୁ ଉଚ୍ଚ ଶିକ୍ଷିତା କରିବାକୁ ଚାହିଥିଲେ ରାଜଲକ୍ଷ୍ମୀ । କିନ୍ତୁ ଝିଅର ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବା ପରେ ଏହାକୁ ବିରୋଧ କରିବାରୁ ପ୍ରେମିକ ସହ ମିଶି ମାଆକୁ ହତ୍ୟା କରିଥିଲା ଝିଅ । ଏପ୍ରିଲ ୨୯ ତାରିଖରେ ମାଆର ଖାଦ୍ୟରେ ନିଶା ବଟିକା ଦେଇଥିଲା ନାବାଳିକା ଝିଅ । ଆଉ ମାଆ ଜଣକ ଅଚେତ ହେବା ପରେ ପ୍ରେମିକ ଓ ତାର ସହଯୋଗୀ ସହ ମିଶି ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଥିଲା । ହତ୍ୟାକାଣ୍ଡ ପରେ ଏହାକୁ ହୃଦଘାତ ବୋଲି କହିବା ସହ ଭୁବନେଶ୍ବର ନେଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲା ନାବାଳିକା । କିନ୍ତୁ ନାବାଳିକା ଓ ତାର ପ୍ରେମିକର କଥାବାର୍ତ୍ତାରୁ ପରିବାର ଲୋକଙ୍କ ସନ୍ଦେହ ହେବା ପରେ ତଦନ୍ତ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । ପରେ ନାବାଳିକାଙ୍କ ଇନଷ୍ଟାଗ୍ରାମ ଚାଟ୍‌ରୁ ସାମ୍ନାକୁ ଆସିଥିଲା ସତ ।

ଅଧିକ ପଢନ୍ତୁ: ଗଣଦୁଷ୍କର୍ମର ଭିଡିଓ ବନାଇଥିଲେ ଅଭିଯୁକ୍ତ, କ୍ରାଇମବ୍ରାଞ୍ଚ ହାତରେ ଡିଜିଟାଲ ପ୍ରମାଣ

Advertisment
Murder Telangana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ