Advertisment

ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥର ମାଡ଼, ୧୪୪ ଧାରା ଜାରି

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା ଜାରି ହୋଇଛି। ହନୁମାନ ଜୟନ୍ତୀ ପାଇଁ ଗତକାଲି ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା।

ଅଦ୍ୟତନ ହୋଇଛି
Violence During Bike Rally In Sambalpur

144 Imposed In Sambalpur Before Hanuman Jayanti

Advertisment

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁର ରେ ୧୪୪ ଧାରା ଜାରି ହୋଇଛି। ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ହନୁମାନ ଜୟନ୍ତୀ ପାଇଁ ଗତକାଲି ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା। ଏଥିରେ ଅତିରିକ୍ତ ଏସ୍‌ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୋଲିସ ଆହତ ହୋଇଥିଲେ। ଗୁରୁତର ଧନୁପାଲି ଥାନାଧିକାରୀ ଅନୀତା ପ୍ରଧାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

Advertisment

ସୂଚନାଥାଉ କି, ବାଇକ୍ ରାଲି ଧନୁପାଲି ଛକରୁ ଯିବାବେଳେ ପୋଲିସ ଉପରକୁ ପଥର ମାଡ଼ ହୋଇଥିଲା। ଏଥିସହ ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍ ଓ ବାଇକ ଭାଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ଜିଲ୍ଲା ସ୍କୁଲ୍‌ ଛକରେ ପୋଲିସ ପକ୍ଷରୁ ମୃଦୁ ଲାଠିମାଡ଼ ବି କରାଯାଇଛି।

Advertisment

ସୂଚନାଥାଉ କି, ଆସନ୍ତାକାଲି ପବିତ୍ର ହନୁମାନ ଜୟନ୍ତୀ। ପ୍ରତିବର୍ଷ ହନୁମାନ ଜୟନ୍ତୀ ପୂର୍ବରୁ ଝଣ୍ଡା ସ୍ଥାପନା ଓ ବାଇକ ଶୋଭାଯାତ୍ରା ବାହାରିଥାଏ। ଏଥର ବି ବାଇକ ଶୋଭାଯାତ୍ରା ବାହାରିଥିଲା। ହେଲେ ଏହି ସମୟରେ ପଥର ମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ