Advertisment

Jaipur Jail Scandal : ମହଙ୍ଗା ପଡିଲା କଏଦୀ ପ୍ରେମ, ୫ କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ

ସରିଥିଲା ହୋଟେଲ ସହ ଗାଡି ବୁକିଂ । ହସ୍ପିଟାଲରୁ ଚମ୍ପଟ ମାରି ହୋଟେଲରେ ଭିଆଇପି ଟ୍ରିଟମେଣ୍ଟ ପାଇବା ଲକ୍ଷ୍ୟରେ ଥିଲେ କଏଦୀ । ଯୋଜନାରେ ସାମିଲ ଥିଲେ କନଷ୍ଟେବଲ୍ । ଶେଷରେ ସବୁ ସତ ଧରାପଡିଛି । ୫ କନଷ୍ଟେବଲ୍ ଗିରଫ ହୋଇଥିବାବେଳେ ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି ।

ଅଦ୍ୟତନ ହୋଇଛି
Jaipur Jail Scandal

Jaipur Jail Scandal

Advertisment

କଏଦୀଙ୍କୁ ସହଯୋଗ କରିବା ପଡିଲା ମହଙ୍ଗା ।  ୫ ପୋଲିସଙ୍କୁ ଗିରଫ କଲା ପୋଲିସ । ୪ କଏଦୀ, ୫ ପୋଲିସ ଓ ଅନ୍ୟ ସହୟୋଗୀଙ୍କୁ ମିଶାଇ ମୋଟ୍ ୧୩ ଜଣ ଗିରଫ ହୋଇଛନ୍ତି । ପରେ ସମ୍ପୃକ୍ତ ୫ ପୋଲିସ କନଷ୍ଟେବଳଙ୍କୁ ନିଲମ୍ୱନ କରାଯାଇଛି । ନିଲମ୍ବିତ ପୋଲିସ ଅଧିକାରୀମାନେ ହେଲେ ସୁରେଶ କୁମାର, ମନୋଜ କୁମାର, ଦିନେଶ କୁମାର, ଅମିତ ଏବଂ ବିକାଶ । ରାଜସ୍ଥାନର ଜୟପୁର ସେଣ୍ଟ୍ରାଲ ଜେଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

Advertisment

ଗାଡି ଓ ହୋଟେଲ ବୁକିଂ ସରିଥିଲା । ଜୟପୁର ସେଣ୍ଟ୍ରାଲ ଜେଲରୁ ଚିକିତ୍ସା ଆଳରେ କଏଦୀମାନେ ହସ୍ପିଟାଲ ଆସି ସେଠାରୁ ଚମ୍ପଟ ମାରିବାର ସବୁ ପ୍ଲାନିଂ କରିସାରିଥିଲେ । ଏଥିରେ ଡ୍ୟୁଟିରେ ଥିବା କନଷ୍ଟେବଳମାନେ ମଧ୍ୟ ସହଯୋଗ କରିଥିଲେ । ଆଉ ସତ ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁସାରେ, ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା କୁଖ୍ୟାତ କଏଦୀମାନେ ଚିକିତ୍ସିତ ହେବା ଆଳରେ ଜୟପୁର ହସ୍ପିଟାଲରେ ଭର୍ତ୍ତି ହେବାର ଯୋଜନା ପ୍ରସ୍ତୁତ କରିଥିଲେ । ଏହାପରେ ପୂର୍ବ ଯୋଜନା ମୁତାବକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଏପରିକି ଏକ ହୋଟେଲକୁ ଯାଇ ଗାର୍ଲଫ୍ରେଣ୍ଡ ସହ ସମୟ ବିତାଇବା ପାଇଁ ସେମାନେ ସ୍ଥିର କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଏଦୀମାନଙ୍କ ଏହି ଯୋଜନାରେ ସାମିଲ ଥିଲେ ପୋଲିସ କନଷ୍ଟେବଳ। 

କଏଦୀମାନେ ହେଲେ  ରଫିକ(୪୦ ବର୍ଷ), ଲାଲୁ ଯାଦବ(୩୩ ବର୍ଷ), ଅଙ୍କିତ ସଞ୍ଜଲ( ୩୩ ବର୍ଷ), କରଣ ଗୁତା(୨୯ ବର୍ଷ) । ଏନେଇ ଜୟପୁର ଥାନା ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ଜୟପୁର-ପୂର୍ବ ଏଏସଆଇ ତେଜସ୍ୱିନୀ ଗୌତମଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଗଠନ ହୋଇଥିଲା । ଏହି ଟିମ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଥିବା ଗାଡିଗୁଡିକ ଯାଞ୍ଚ କରିଥିଲେ । ପରେ ସତ ସାମନାକୁ ଆସିଛି । 

Advertisment

ଅଧିକ ପଢନ୍ତୁ :  କଳାପାଣି ସଜା...ଯେଉଁଠି କଏଦୀମାନେ ମାଗୁଥିଲେ ମୃତ୍ୟୁର ଭିକ

Jaipur Constable Prisoners
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ