• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ୍‌ ହାତରେ ଧରାପଡ଼ିଲା ଦୁର୍ଦ୍ଦଶ ସାଇବର୍‌ ଅପରାଧୀ । ଲୋକଙ୍କ ଜମାପୁଞ୍ଜିକୁ ଆତ୍ମସାତ୍‌ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ନୀରିତ ଜନତାଙ୍କୁ କନ୍ଦାଇଥିବା ଅପରାଧୀ ଏବେ ଜେଲ ଯିବ । ପାଟନା ପୋଲିସ ଜଣେ ସାଇବର ଅପରାଧୀଙ୍କୁ ଗିରଫ କରିଛି, ଯିଏ ଦୁଇ ବର୍ଷ ପୂର୍ବେ ଦ୍ୱାଦଶ ପରୀକ୍ଷା ଦେଇଥିଲା । କୌଣସି କାମଧନ୍ଦା କରି ଟଙ୍କା ଆୟ କରିବା ବଦଳରେ ଠକ ଗ୍ୟାଙ୍ଗରେ ସାମିଲ ହୋଇଗଲା ।

ଦ୍ୱାଦଶ ପରେ ସେ ଅନେକ ଦିନ ଚାକିରି ‌ପାଇଁ ଅଫିସ୍‌କୁ ଅଫିସ୍‌ ଦଉଡ଼ିଥିଲା । ହେଲେ କୌଣସି ଆଡ଼େ ସ୍ଥାନରେ ତାକୁ ଚାକିରି ଖଣ୍ଡେ ମିଳି ଲାନି । ପରେ ସେ ଅନଲାଇନରେ ଚାକିରି ଖୋଜିବା ଆରମ୍ଭ କରିଥିଲା । ଆଉ ସେହସ ସମୟରେ ସେ ସାଇବର୍‌ କ୍ରିମିନାଲଙ୍କ ସଂସ୍ପର୍ଶରେ ଆସିଥିଲା । ଆଉ ଏବେ ସେ ବାର୍ଷିକ ଅଢ଼େଇ କୋଟି ଟଙ୍କା ଆୟ କରୁଥିବା ପୋଲିସ୍‌ ସୂଚନା ଦେଇଛି । ତାଙ୍କ ନାମରେ ଅନେକ ଅଭିଯୋଗ ଥିଲେ ସୁଦ୍ଧା ଧରି ପାରୁନଥିଲା ପୋଲିସ୍ । ଏବେ ଅନେକ ଖୋଜାଖୋଜି ପରେ ଅପରାଧୀକୁ ଗିରଫ କରିଛି ପୋଲିସ୍‌।

ସାଇବର ଠକ ବିକାଶ ମୂଳତଃ ନାଲନ୍ଦା ତେଲମାର ପୋଲିସ ଥାନା ଅଞ୍ଚଳର ବାସିନ୍ଦା । ତା ପାଖରୁଅଢ଼େଇ ଲକ୍ଷର କ୍ୟାସ୍‌ ବ୍ୟତୀତ ଡେବିଟ୍ କାର୍ଡ , ୯ଟି ପାସବୁକ୍ ଏବଂ ଦୁଇଟି ଚେକ୍ ବୁକ୍ ମଧ୍ୟ ଉଦ୍ଧାର କରାଯାଇଛି । ରାତିରେ ପାଟ୍ରୋଲିଂ ସମୟରେ ସ୍କୁଟି ସହ ଜଣେ ଯୁବକ ଛିଡ଼ା ହୋଇଥିବା ଦେଖିଥିଲା ପୋଲିସ୍ । ସନ୍ଦେହ ହେବାରୁ ଗାଡ଼ି ଯାଞ୍ଚ କରାଯାଇଥିଲା ।

ଆଉ ସେଇଠି ସାଇବର୍‌ ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଥିଲା । ବର୍ତ୍ତମାନ ଠକ ବିକାଶ ଥାନା ନିକଟସ୍ଥ ବାଇପାସ୍ ଅଞ୍ଚଳରେ ଥିବା ଫ୍ଲାଟରେ ଭଡ଼ାରେ ରହୁଛି । ସେଠାରେ ପହଞ୍ଚିବା ପରେ ଫ୍ଲାଟରେ ଆଉ ତିନି ଜଣ ସାଇବର ଅପରାଧୀ ଥିଲେ, କିନ୍ତୁ ପୋଲିସ ଗାଡ଼ିର ସାଇରନ୍‌ ଶୁଣି ଫେରାର ମାରିଥିଲେ ।

ବର୍ତ୍ତମାନ ଫେରାର ମାରିଥିବା ସାଇବର ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିବା ପାଇଁ ଏକ ପୃଥକ ଦଳ ଗଠନ କରାଯାଇଛି । ଯେଉଁ ଗ୍ୟାଙ୍ଗ ପାଇଁ ବିକାଶ କାମ କରେ , ସେ ନାଳନ୍ଦା ଜିଲ୍ଲାର କତାର ସରାଇର ବାସିନ୍ଦା । ତେବେ ପୋଲିସ ପାଖରେ ତା’ ସମ୍ପର୍କରେ ବିଶେଷ ସୂଚନା ନାହିଁ ,ଘଟଣାର ତଦନ୍ତ ଜାରି ରହିଛି । ଖୁବଶୀଘ୍ର ମୁଖ୍ୟ ଅପରାଧୀ ଧରାପଡ଼ିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି ।