Kendu Leaf Loot
ସୁନା ଅଳଙ୍କାର, ଟଙ୍କା ଲୁଟ୍ କଥା ଆପଣ ଶୁଣିଥିବେ କିନ୍ତୁ କେନ୍ଦୁପତ୍ର ଲୁଟ୍ କଥା କେବେ ଶୁଣିଛନ୍ତି ? ନୟାଗଡ଼ ଦଶପଲ୍ଲା ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଲୁଟ୍ ହୋଇଛି । ବନ ବିଭାଗର ଏହି କେନ୍ଦୁପତ୍ର ଫଡ଼ି ଅର୍ଥାତ ଗୋଦାମରେ ଗତକାଲି ରାତିରେ ମୁଖା ପିନ୍ଧା ୧୦ ଜଣ ଡକାୟତ ପଶିଥିଲେ । ସେଠି ନିୟୋଜିତ ଥିବା କର୍ମଚାରୀଙ୍କୁ ବନ୍ଧକୁ ଦେଖାଇ ଧମକାଇବା ସହ ସେମାନଙ୍କୁ ନେଇ ଏକ ରୁମରେ ବନ୍ଦ କରି ଦେଇଥିଲେ ।
ଏହାପରେ ସେଠାରୁ ବସ୍ତା ବସ୍ତା କେନ୍ଦୁପତ୍ର ଲୁଟି ନେବା ସହ କର୍ମଚାରୀଙ୍କ ଦରମା ପାଇଁ ଥିବା ୭ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ୍ ବି ଲୁଟି ନେଇଛନ୍ତି ଲୁଟେରା । ଦୁବୃର୍ତ୍ତମାନେ ଲୁଟ୍ କରି ଯିବା ପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ପୂରା ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହାସହ କର୍ମଚାରୀମାନେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବନ ବିଭାଗ ଓ ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727938340.jpg)