Advertisment

ବାଲେଶ୍ୱରରେ ୧୧ କୋଟି ଟଙ୍କାର ଧଳା ଜହର ଜବତ

ବ୍ରାଉନ୍‌ ସୁଗରକୁ ଓଡ଼ିଶାର ଅନ୍ୟ ଜାଗାମାନଙ୍କୁ ପଠାଯିବା ନେଇ ଅନ୍ୟ ଅଭିଯୁକ୍ତମାନେ ଯୋଜନା ରଖିଛନ୍ତି।

Brownsugar Seized In Bhubaneswar

Brownsugar Seized

Advertisment

ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଥାନା ପୁଲିସ ଆଜି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି। ପାଖାପାଖି ୧୧ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇଥିଲା।

Advertisment

ଗତକାଲି ଫୁଲାଡି ଅଞ୍ଚଳରୁ ଏହି ମାରାତ୍ମକ ନିଶା କାରବାରର ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା। ତେବେ ଏହି ନିଶା ମାଫିଆ ଗ୍ୟାଙ୍ଗ ମଧ୍ୟପ୍ରଦେଶ, ଆସାମ, ପଶ୍ଚିମବଙ୍ଗରୁ ଏହି ବ୍ରାଉନସୁଗର ବାଲେଶ୍ୱର ଦେଇ ସାରା ଓଡ଼ିଶାକୁ ଚାଲାଣ କରିଆସୁଥିଲେ। ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।

ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ ବାଲେଶ୍ୱର ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ଧରାପଡ଼ିଛି। ୧୦ କେଜିରୁ ଅଧିକ ଥିବା ବ୍ରାଉନ ସୁଗାରକୁ ଜବତ କରାଯାଇଛି। ତେବେ ଇଣ୍ଟରନ୍ୟାସନାଲ ଲିଙ୍କ୍‌ କଣ ରହିଛି, ତାହା ତଦନ୍ତ କରାଯିବ। ଏହି ବ୍ରାଉନ୍‌ ସୁଗରକୁ ଓଡ଼ିଶାର ଅନ୍ୟ ଜାଗାମାନଙ୍କୁ ପଠାଯିବା ନେଇ ଅନ୍ୟ ଅଭିଯୁକ୍ତମାନେ ଯୋଜନା ରଖିଛନ୍ତି।  

Advertisment
Brown Sugar Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ