Advertisment

ଡ୍ରାଇଭର୍‌କୁ ନିଶା ଦେଇ ଲୁଟିନେଲେ ୧୫୦୦ରୁ ଅଧିକ ଆଇଫୋନ୍‌

ଗୋଟିଏ କି ଦୁଇଟି ନୁହେଁ ଲୁଟିନେଲେ ୧୫୦୦ରୁ ଅଧିକ ଆଇଫୋନ୍‌। ଡ୍ରାଇଭରକୁ ନିଶାଦେଇ ଲୁଟ୍ ପରେ ଛୁ ମାରିଛନ୍ତି ଲୁଟେରା ।

1,500 iPhones loot

1,500 iPhones loot

Advertisment

ଗୋଟିଏ କି ଦୁଇଟି ନୁହେଁ ଲୁଟିନେଲେ ୧୫୦୦ରୁ ଅଧିକ ଆଇଫୋନ୍‌। ଡ୍ରାଇଭରକୁ ନିଶାଦେଇ ଲୁଟେରା ଲୁଟ୍ ପରେ ଛୁ ମାରିଛନ୍ତି। ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରୁ ଏଭଳି ଖବର ସାମନାକୁ ଆସିଛି। ଚୋରି ହୋଇଥିବା ଆଇଫୋନ୍‌ର ଆନୁମାନିକମୂଲ୍ୟ ପ୍ରାୟ ୧୧କୋଟିରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।

Advertisment

ଡକାୟତମାନେ ଟ୍ରକ୍ ଡ୍ରାଇଭରକୁ ନିଶା ଦେଇ ଏହି କାଣ୍ଡ ଭିଆଇଥିବା ଜଣାପଡିଛି। ଘଟଣା ଲୋକଲୋଚନକୁ ଆସିବା ପରେ ତଦନ୍ତ ଜୋରଦାର ହୋଇଛି । ବର୍ତ୍ତମାନ ଏହି ମାମଲାରେ ମଧ୍ୟପ୍ରଦେଶ ପୋଲିସ ୩ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛି ।

ସାଗର ଜିଲ୍ଲାର ଅତିରିକ୍ତ ପୋଲିସ ଅଧୀକ୍ଷକ ସଞ୍ଜୟ ଉଇକେ କହିଛନ୍ତି, ଅଗଷ୍ଟ ୧୫ ତାରିଖରେ ଏହି ଘଟଣା ଘଟିଛି। ଆଇଫୋନ୍‌ ଭର୍ତ୍ତି ଟ୍ରକ୍‌ଟି ହରିୟାଣାର ଗୁରୁଗ୍ରାମରୁ ଚେନ୍ନାଇକୁ ଯାଉଥିଲା। କଣ୍ଟେନରଟି ନରସିଂହପୁର ଜିଲ୍ଲା ଦେଇ ଯିବାବେଳେ ଡକାୟତି କରାଯାଇଛି। ପ୍ରଥମେ ଡକାୟତମାନେ ଟ୍ରକ୍‌ ଚାଳକଙ୍କୁ ନିଶା ଦେଇଥିଲେ। ପରେ ତାଙ୍କ ହାତଗୋଡ଼ ବାନ୍ଧି ୧୫ ଶହ ଆଇଫୋନ୍‌ ଧରି ଚମ୍ପଟ ମାରିଥିଲେ ।

Advertisment

ଚେତା ଫେରିଲା ବେଳକୁ ତାଙ୍କ ହାତ ବନ୍ଧା ହୋଇଥିଲା । ଟ୍ରକ୍‌ରୁ ୧୫ ଶହ ଆଇଫୋନ୍‌ ଚୋରି ହୋଇଥିବା ଜଣାପଡ଼ିଥିଲା । ଏଥିରେ ମୋଟ ୪ ହଜାର ନୂଆ ଆଇଫୋନ୍‌ ଥିଲା । ଏହାପରେ ଚାଳକ ସେଓନି ଜିଲ୍ଲାସ୍ଥିତ ଲାଖନାଦୋନ ଥାନାରେ ପ୍ରଥମେ କରିଥିଲେ। ସହାୟତା ନ ମିଳିବାରୁ ସେ ସାଗର ଜିଲ୍ଲାସ୍ଥିତ ବନ୍ଦାରି ଥାନାରେ ଅଭିଯୋଗ କରିଥିଲେ ।

ଘଟଣାସ୍ଥଳରେ ଭିଡିଓଗ୍ରାଫି କାମ ଚାଲିଛି । ପ୍ରାରମ୍ଭିକ ଅନୁସନ୍ଧାନ ଶେଷ ହେବା ପରେ ଖୁବ ଶୀଘ୍ର ଏକ ମାମଲା ରୁଜୁ ହେବ।ଏହି ମାମଲାରେ ଅବହେଳା ଅଭିଯୋଗରେ ସାଗର ଜୋନ୍ ପୋଲିସର ଇନ୍ସପେକ୍ଟର ଜେନେରାଲ୍ ପ୍ରମୋଦ ବର୍ମା, ବାନ୍ଦ୍ରି ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଭାଗଚାନ୍ଦ ଉଇକେ ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରାଜେନ୍ଦ୍ର ପାଣ୍ଡେଙ୍କୁ ନିଲମ୍ବିତ କରାଯାଇଛି।

Advertisment
Loot IPhone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ