/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678555120.jpg)
Satish Kaushik
ଦିନ ଯେତିକି ଯେତିକି ଗଡ଼ୁଛି ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲା ସେତିକି ନୂଆମୋଡ଼ ନେଉଛି । ପୂର୍ବରୁ ସତୀଶ କୌଶିକ ରହିଥିବା ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍ରୁ କିଛି ଆପତ୍ତିଜନକ ଔଷଧ ମିଳିଥିଲା । ଯାହାକୁ ନେଇ ସତୀଶଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିଲା । ହୋଲି ଖେଳି ସାରିବା ପରେ ଫାର୍ମ ହାଉସ୍ରେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଉ ବର୍ତ୍ତମାନ ସତୀଶ କୌଶିକଙ୍କ ମୃତ୍ୟୁ ନେଇ କାହାଣୀ ନୂଆମୋଡ଼ ନେଇଛି । ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ରଖିଛନ୍ତି । ମହିଳା ଜଣକ ପ୍ରତିକ୍ରିୟାରେ ତାଙ୍କ ସ୍ୱାମୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି । ତାଙ୍କ ସ୍ୱାମୀ ସତୀଶଙ୍କୁ ହତ୍ୟା କରିଛନ୍ତି ।
ଆଉ ଏହି ହତ୍ୟା ୧୫ କୋଟି ଟଙ୍କା ପାଇଁ କରାଯାଇଛି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ସତୀଶ ୧୫ କୋଟି ଟଙ୍କା ଦେଇଥିଲେ । ସେହି ଟଙ୍କାକୁ ଫେରସ୍ତ ପାଇଁ ସତୀଶ ତାଙ୍କ ସ୍ୱାମୀକୁ କହିବାରୁ ଏପରି ଘଟଣା ଘଟିଛି । ସେ ଆହୁରି ମଧ୍ୟ ଅନେକ କଥା ଗୋଟି ଗୋଟି କରି କହିଛନ୍ତି । ତାଙ୍କ କହିବା ଅନୁସାରେ ମହିଳା ଜଣକ ୨୦୧୯ ମାର୍ଚ୍ଚ ୧୩ ତାରିଖରେ ବ୍ୟବସାୟୀଙ୍କୁ ବିବାହ କରିଥିଲେ ।
ବିବାହ ପରେ ବ୍ୟବସାୟ ପାଇଁ କିଛି ଟଙ୍କାର ଆବଶ୍ୟକତା ପଡ଼ିଥିଲା । ଫଳରେ ମହିଳାଙ୍କ ସ୍ୱାମୀ ଦୁବାଇରେ ସତୀଶ କୌଶିକଙ୍କୁ ଭେଟିଥିଲେ । ଉଭୟଙ୍କ ସାକ୍ଷାତ ହେବା ପରେ ତାଙ୍କ ସ୍ୱାମୀ ସତୀଶ କୌଶିକଙ୍କୁ ୧୫ କୋଟି ଟଙ୍କା ବ୍ୟବସାୟରେ ଲଗାଇବା ପାଇଁ ମାଗିଥିଲେ । ପରେ ସତୀଶ କୌଶିକ ତାଙ୍କ ସ୍ୱାମୀଙ୍କୁ ୧୫ କୋଟି ଟଙ୍କା ଦେଇଥିଲେ । କିଛି ବର୍ଷ ଯିବା ପରେ ତାଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ କହିଥିଲେ ସତୀଶ କୌଶିକ ।
ହେଲେ ତାଙ୍କ ସ୍ୱାମୀ ଟଙ୍କା ଫେରାଇବାକୁ ଚାହୁଁନଥିଲେ । ତେଣୁ ସତୀଶ କୌଶିକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।
ଖାଲି ସେତିକି ନୁହେଁ, ମହିଳା ଜଣକ ପୋଲିସ ଆଗରେ ତାଙ୍କ ସ୍ୱାମୀ ସତୀଶ କୌଶିକଙ୍କୁ ମେଡିସିନ ଦେଇ ହତ୍ୟା କରିଥିବା କହିଛନ୍ତି । ପୂର୍ବରୁ ଜଣେ ପୋଲିସ ଅଧିକାରୀ ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍ରୁ କିଛି ଆପତ୍ତିଜନକ ଔଷଧ ପାଇଥିଲେ । ଯାହାକୁ ନେଇ ସତୀଶଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିଲା । ଆଉ ବର୍ତ୍ତମାନ ମହିଳାଙ୍କର ଏପରି ଅଭିଯୋଗ ସତୀଶ କୌଶିକଙ୍କ ମୃତ୍ୟୁରେ ଆହୁରି ଟ୍ୱିଷ୍ଟ ଆଣିଛି ।
ମହିଳାଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ପୁଲିସ ତଦନ୍ତ ଚଳାଛି । ପୋଲିସ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି । ପୋଲିସର ସୂଚନା ଅନୁସାରେ ଫାର୍ମ ହାଉସରେ କାମ କରୁଥିବା ୨୫ଜଣଙ୍କୁ ପୋଲିସ ଡକାଇ ପଚରାଉଚରା କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)