Advertisment

ଦିନେ ଗୁଳିଫୁଟାକୁ ନେଇ ଚର୍ଚ୍ଚାରେ ଥିଲେ, ଏଥର ଟାଟୁକୁ ନେଇ ତୋଫାନ

ସୋନାଲି ମୋହିତଙ୍କ ଅଭିଯୋଗକୁ ମିଛ ବୋଲି କହିବା ସହ, ସେ ତାଙ୍କ ବିବାହ ପୂର୍ବର ଜୀବନ ଓ ଟାଟୁ ଆଦି ସବୁକଥା ଜାଣି ବିବାହ କରିଥିଲେ ବୋଲି କହିଛନ୍ତି। ଏଥିସହ ବିବାଦର ନୂଆ କାରଣ ବତାଇଛନ୍ତି ସୋନାଲି।

ଦିନେ ଗୁଳିଫୁଟାକୁ ନେଇ ଚର୍ଚ୍ଚାରେ ଥିଲେ, ଏଥର ଟାଟୁକୁ ନେଇ ତୋଫାନ

Mohit and Sonali

Advertisment

କଟକ: କଟକ ମର୍କତନଗରର ମୋହିତ ଶର୍ମା ଓ ବାଲେଶ୍ୱରର ସୋନାଲି ଦାସଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ହୋଇ, ଉଭୟ ପରିବାରର ସହମତିରେ ଗତବର୍ଷ ନଭେମ୍ବରରେ ବିବାହ ହୋଇଥିଲା। ହେଲେ ୮ ମାସ ନପୁରୁଣୁ ପତ୍ନୀଙ୍କ ବିରୋଧରେ ଥାନାରେ ସଂଗୀନ ଅଭିଯୋଗ କରିଛନ୍ତି ମୋହିତ। ସୋନାଲି ବିବାହ ପରେ ମଧ୍ୟ ନିଜ ପୁରୁଷ ବନ୍ଧୁଙ୍କ ସହ ଅନୈତିକ ସଂପର୍କ ରଖିଥିବା, ଗୁପ୍ତାଙ୍ଗରେ ତାଙ୍କ ନାଁକୁ ଟାଟୁ କରାଇଥିବା, ତାଙ୍କୁ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ଡିଭୋର୍ସ ଚାହୁଁଥିବା କହିଛନ୍ତି ମୋହିତ।

Advertisment

ଅପରପକ୍ଷରେ ସୋନାଲି ମୋହିତଙ୍କ ଅଭିଯୋଗକୁ ମିଛ ବୋଲି କହିବା ସହ, ସେ ତାଙ୍କ ବିବାହ ପୂର୍ବର ଜୀବନ ଓ ଟାଟୁ ଆଦି ସବୁକଥା ଜାଣି ବିବାହ କରିଥିଲେ ବୋଲି କହିଛନ୍ତି। ଏଥିସହ ବିବାଦର ନୂଆ କାରଣ ବତାଇଛନ୍ତି ସୋନାଲି। କହିଛନ୍ତି- ମୋହିତ ପୂର୍ବରୁ ବାରମ୍ବାର ତାଙ୍କ ବାପାଙ୍କ ଠାରୁ ଟଙ୍କା ନେଇଥିଲେ ମଧ୍ୟ, ପୁଣି ୫ ଲକ୍ଷ ଟଙ୍କା ମାଗୁଥିଲେ। ଏଥିରେ ରାଜି ନହେବାରୁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ମୋହିତଙ୍କ ମାଆ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସୋନାଲିଙ୍କ ବାପା କହିଛନ୍ତି, ମୋହିତ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବାରୁ ଏଭଳି କରୁଛନ୍ତି।

ଉଭୟ ମୋହିତ ଓ ସୋନାଲିଙ୍କୁ ଆଜି କଟକ ମହିଳା ଥାନାରେ କାଉନସେଲିଂ କରାଯାଇଛି। ପରବର୍ତ୍ତୀ କାଉନସେଲିଂ ଅଗଷ୍ଟ ୩ ତାରିଖକୁ ରହିଛି। ଗତବର୍ଷ ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳର ବଜରଂଗ ବିହାରରେ ସୋନାଲି ରହୁଥିବା ବେଳେ ତାଙ୍କ ଗୋଡ଼ରେ ଅନ୍ୟ ଜଣେ ଯୁବକଙ୍କ ବନ୍ଧୁକରୁ ଖେଳୁଖେଳୁ ଗୁଳି ବାଜିବା ଘଟଣା, ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା।

Advertisment

ରିପୋର୍ଟ: ରଶ୍ମିରଞ୍ଜନ ଦାସ ଓ ଦେବାଶିଷ ମହାନ୍ତି

Odisha News Odisha Police Viral Video Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ