Advertisment

‘୧୪୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଛି, ଆଉ ୩୬ଟି ବାକି ଅଛି’

ଟଙ୍କା ଗଣତି ନେଇ SBI ରିଜିଓନାଲ୍ ମ୍ୟାନେଜରଙ୍କ ସୂଚନା । ‘୨ଟି ମେସିନ ଖରାପ ହେଲାଣି, ମୋଟ ୪୦ଟି ମେସିନ୍ ରହିଛି’ ।

IT Raid

IT Raid

Advertisment

ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆୟକର ବିଭାଗର ରେଡ୍ ଘଟଣାରେ ଚାଲିଛି ଟଙ୍କା ଗଣତି। ଟଙ୍କା ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ତ ହାଲିଆ ମେସିନ ବି ଖରାପ ହୋଇଗଲାଣି। ଟଙ୍କା ଗଣତିରେ ଲାଗିଥିବା ୨ଟି ମେସିନ ଖରାପ ହୋଇଥିବା ସୂଚନା ମିଳିଛି। ୨୫ରୁ ୩୦ଟି ମେସିନରେ ୫୦ କର୍ମଚାରୀ ଗଣତି କରୁଛନ୍ତି । 

Advertisment

୧୪୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଥିବା ବେଳେ ଆଉ ୩୬ଟି ବାକି ଥିବା ବଲାଙ୍ଗିର SBI ରିଜିଓନାଲ୍ ମ୍ୟାନେଜର ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ବଲାଙ୍ଗିର SBI ମୁଖ୍ୟଶାଖାରେ ୧୬୦ କୋଟି ଟଙ୍କା ଗଣତି ସରିଲାଣି । କାଲି ରାତି ସୁଦ୍ଧା ୧୬୦ କୋଟି ଟଙ୍କା ଗଣତି ସରିଥିବା ସୂଚନା ରହିଛି । 

ଆଜି ଛୁଟିଦିନରେ ମଧ୍ୟ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହି ଟଙ୍କା ଗଣତି କାମରେ ଲାଗିଛନ୍ତି । ସେପଟେ ଆଜି ପଞ୍ଚମ ଦିନରେ ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରେ ଆୟକର ବିଭାଗ ପକ୍ଷରୁ ରେଡ୍ କରିଛି। ଚଢାଉ ବେଳେ ପୁଳା ପୁଳା ଟଙ୍କା ସହ କିଛି କାଗଜପତ୍ର ମଧ୍ୟ ଆୟକର ଅଧିକାରୀଙ୍କ ହାତରେ ହାତରେ ଲାଗିଛି।

Advertisment

ଭାଟି ଭିତରେ ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଟିଟିଲାଗଡ଼ ଓ ସମ୍ବଲପୁରରେ ଟଙ୍କା ଗଣତି ସରିଛି। ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ମିଳିଛି।

ଅନ୍ୟପଟେ ପାହାଡ଼ ପରି ମଦ ଟଙ୍କାର ଗଣତି ଲଯାଏଁ ସରିନି, ପୁଣି ଆରମ୍ଭ ହେଲାଣି ଚଢାଉ। ଆଜି ପଞ୍ଚମ ଦିନରେ ସକାଳୁ ପୁଣି ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି। ଚଢାଉ ବେଳେ ପୁଳା ପୁଳା ଟଙ୍କା ସହ କିଛି କାଗଜପତ୍ର ମଧ୍ୟ ଆୟକର ଅଧିକାରୀଙ୍କ ହାତରେ ଲାଗିଛି । 

Advertisment

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ