Advertisment

ଚିନ୍ତା ବଢାଉଚି ଓମିକ୍ରନ୍, ଆଗକୁ କଡାକଡି କଟକଣା

କାୟା ବିସ୍ତାର କରୁଚି କରୋନା ଭାଇରସ୍ର ନୂଆ ଭାରିଆଣ୍ଟ୍ ଓମିକ୍ରନ୍। ରାଜ୍ୟରେ ଦିନକ ଆଗରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ବଢ଼ିଛି ଚିନ୍ତା।

ଅଦ୍ୟତନ ହୋଇଛି
Worrying Omicron, Guideline will Strict

Worrying Omicron, Guideline will Strict

Advertisment

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍ ସଂକ୍ରମଣ। ଦିନକ ଆଗରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ଓମିକ୍ରନ ପଜିଟିଭ୍‌ ଚିହ୍ନଟ ହେବା ପରେ ବଢ଼ିଛି ଚିନ୍ତା। ତେବେ ଆଜି ଚିହ୍ନଟ ହୋଇଥିବା ୨ ଜଣଯାକ ନାବାଳିକା। ଉଭୟେ କିଛିଦିନ ତଳେ ବାପାମାଆଙ୍କ ସହ ନାଇଜେରିଆରୁ ଆସିଥିଲେ। ଆଶ୍ୱସ୍ତିର କଥା ହେଲା ଉଭୟଙ୍କଠାରେ ସେଭଳି କୌଣସି ଲକ୍ଷଣ ନାହିଁ । ଅନ୍ୟପକ୍ଷରେ ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ଭିଡ଼ ଏଡ଼ାଇବାକୁ ଜିଲ୍ଲାସ୍ତରରେ କଟକଣାକୁ କଡ଼ାକଡ଼ି କରାଯାଉଛି।

Advertisment

ରାଜ୍ୟରୁ ଚିହ୍ନଟ ହୋଇଥିବା ନୂଆ ୨ ଓମିକ୍ରନ ଆକ୍ରାନ୍ତ ଦୁଇ ଜଣ ଝିଅ ହୋଇଥିବା ବେଳେ ଜଣେ ୧୧ ବର୍ଷର ଆଉ ଜଣେ ୧୫ ବର୍ଷର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ରଙ୍କ ସୂଚନା ଅନୁସାରେ ଏହି ଦୁଇ ଜଣ ବାପାମାଆଙ୍କ ସହିତ ନାଇଜେରିଆରୁ ଆସି ଗତ ୧୩ ତାରିଖରେ ଭୁବନେଶ୍ୱରେ ପହଞ୍ଚିଥିଲେ। କ୍ୱାରେଣ୍ଟିନ୍‌ରେ ରହିବା ପରେ କରାଯାଇଥିଲା ଆର୍ଟିଫିସିଆର୍ ଟେଷ୍ଟ୍‌। ଦୁଇ ଝିଅ ପଜିଟିଭ ବାହାରିବା ପରେ ଜିନମ୍ ସିକ୍ୱେଏନ୍ସିଂ କରାଯାଇଥିଲା। ସେଥିରୁ ସ୍ପଷ୍ଟ ହୋଇଛି ଓମିକ୍ରନ ଉପସ୍ଥିତି ଆଶ୍ୱସ୍ତିର କଥା। ସେମାନଙ୍କ ବାପା ମାଆ ଓ ଅନ୍ୟ କଣ୍ଟାକ୍ଟମାନେ ନେଗେଟିଭ ଅଛନ୍ତି।

ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଦୁଇ ଜଣ ଯାକ ଝିଅ ହସ୍ପିଟାଲରେ ଥିଲେ ବି ସୁସ୍ଥ ଅଛନ୍ତ। ସେମାନଙ୍କଠାରେ ସେଭଳି କୌଣସି ଲକ୍ଷଣ ମଧ୍ୟ ନାହିଁ। ଏ ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦୁଇ ଜଣ ଯାକ ନାବାଳିକା, ଅର୍ଥାତ ପିଲାଙ୍କୁ ସଂକ୍ରମିତ କଲାଣି ଓମିକ୍ରନ୍। ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରମାନେ ଟିକା ନେଇ ନ ଥିବାରୁ ଚିନ୍ତା ବଢ଼ିଛି। ତଥାପି ଅତଙ୍କିତ ହେବାର କାରଣ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Advertisment

ଓମିକ୍ରନ ଆତଙ୍କ ଭିତରେ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ବିଶେଷକରି ସୀମାନ୍ତ ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ଭିଡ଼ ବଢ଼ିଲେ କରୋନା ବଢ଼ିବାର ଆଶଙ୍କା ରହିଛି। ତେଣୁ ଆଗରୁ ଜାରି ରହିଥିବା କଟକଣାକୁ ବଡ଼ଦିନ ଓ ଜାନୁଆରୀ ପହିଲାରେ ମଧ୍ୟ ପାଳନ କରାଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର। ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ସତ୍ତ୍ୱେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଧାର୍ମିକ ସମାବେଶରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେପଟେ ବଡ଼ଦିନ ଓ ନୂଆବର୍ଷରେ ସମ୍ଭାବ୍ୟ ଭିଡ଼ ପାଇଁ ଜଗତସିଂହପୁରରେ ଧର୍ମାନୁଷ୍ଠାନଗୁଡ଼ିକ ଉପରେ କଟକଣା ଲଗାଯାଇଛି। ଡିସେମ୍ବର ୨୫, ୨୬, ୩୧ ଏବଂ ଜାନୁଆରୀ ୧ ଓ ୨ ତାରିଖରେ ଜଗତସିଂହପୁର ଜିଲ୍ଲାର ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ଆଗମନକୁ ବାରଣ କରାଯାଇଛି।

ଦେଶରେ ଏପର୍ଯ୍ୟନ୍ତ ୨୩୬ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣ ଆରୋଗ୍ୟ ହୋଇଛନ୍ତି। ମହାରାଷ୍ଟ୍ରରୁ ସର୍ବାଧିକ ୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ଏହି ନୂଆ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି ୬୪। ତେବେ ମୋଟ ୧୪ଟି ରାଜ୍ୟରେ ନିଜ ଉପସ୍ଥିତି ଜାହିର କଲାଣି ଓମିକ୍ରନ୍।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ