corona
ପୁଣି ଚୀନରେ କରୋନା କଲାଣି କଲବଲ । ସଂକ୍ରମଣ ବଢୁଥିବା କାରଣରୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଆଉ ଏଥିପାଇଁ କମ୍ପାନୀରୁ ଲୁଚି ଘରକୁ ପଳାଉଛନ୍ତି କର୍ମଚାରୀ । ଚୀନର ଝାଙ୍ଗଝୋଇ ସହରରେ ଥିବା ଆଇଫୋନ୍ ଷ୍ଟ୍ରିଟ୍ ତଥା ଫ୍ୟାକ୍ଟ୍ରିରେ ଏଭଳି ଆତଙ୍କ ଖେଳିଯାଇଛି । ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରାଯାଉଛି। ଲକଡାଉନ୍ ଖବର ଶୁଣି ଆପଲ୍ କମ୍ପାନୀର ଶତାଧିକ ଶ୍ରମିକ କାରଖାନା ଛାଡି ଜୀବନ ବିକଳରେ ପଳାୟନ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେଉଛି ।
ଭିଡିଓରେ ଦେଖିବାକୁ ମିଳୁଛି, ଆପଲ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ଏତେ ଭୟଭୀତ ହୋଇ ପଡ଼ିଛନ୍ତି ନିଜ ଜୀବନକୁ ବି ବାଜିରେ ଲଗାଇ ଦେଇଛନ୍ତି । କାରଖାନାର ସୀମା ଡେଇଁ ସମସ୍ତେ ପଳାୟନ କରୁଥିବା ଦେଖିବାକୁ ମିଳୁଛି । କରୋନା ସମ୍ବନ୍ଧରେ ଚୀନ୍ର ଏହି କଠୋରତା କର୍ମଚାରୀଙ୍କ ପାଇଁ ଏକ ସମସ୍ୟା ହୋଇଯାଇଥିବା ବେଳେ ବର୍ତ୍ତମାନ ବହୁ ସଂଖ୍ୟକ କର୍ମଚାରୀ କାରଖାନା ଛାଡି ଦେଇଛନ୍ତି । ନିଜ ଜୀବନ ବଂଚାଇବାକୁ ପାଇଁ ଅନେକ କର୍ମଚାରୀ କମ୍ପାନୀରୁ କାମ ଛାଡି ଘରକୁ ପଳାଉଥିବାର ଦେଖାଯାଉଛି । ଲକଡାଉନ୍ ଭୟରେ କର୍ମଚାରୀମାନେ କମ୍ପାନୀର ସବୁଠୁ ବଡ ଆସେମ୍ବଲି ସାଇଟ୍କୁ ଭାଙ୍ଗି ଦେଇଛନ୍ତି । ବହୁ ଲୋକ କମ୍ପାନୀ ତାର ବାଡ ଡେଇଁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ନିଜ ଘରକୁ ଚାଲି ଚାଲି ଯାଉଛନ୍ତି।
ବର୍ତ୍ତମାନ ସଂକ୍ରମଣ ବଢୁଥିବାରୁ ଭିଡ ସ୍ଥାନ ଗୁଡିକ ସହିତ ରେଷ୍ଟୁରାଂଟ୍, ମଲ୍, ଧାର୍ମିକ ସ୍ଥାନ ଆଦିରେ କଟକଣା ଲଗାଇଛି ପ୍ରଶାସନ । କେବଳ ଏତିକି ନୁହେଁ ବରଂ ବିନା କରୋନା ଟେଷ୍ଟରେ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି। ହୁ ହୁ ହୋଇ ସଂକ୍ରମଣ ବଢୁଥିବାରୁ ଲୋକମାନେ ପୁଣି ଥରେ ଗୃହବନ୍ଦୀ ଭାବରେ ଘରେ ରହୁଛନ୍ତି । ମୋଟ୍ ଉପରେ ଚୀନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ପ୍ରଭାବ କାରବାର ଉପରେ ମଧ୍ୟ ପଡିବାରେ ଲାଗିଛି ।
ତେବେ ଏନେଇ ଚୀନ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବା ନେଇ ସୂଚନା ମିଳିଛି । ବୈଠକରେ କେମିତି କରୋନା ସ୍ଥିତିର ମୁକାବିଲା କରାଯିବ ଏବଂ କେମିତି ସମସ୍ତେ ସୁରକ୍ଷିତ ରହିବେ ସେନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ତେହେ ପ୍ରତ୍ୟେକ ବର୍ଷ ଶୀତ ଦିନ ଆରମ୍ଭରେ ସଂକ୍ରମଣ ବଢୁଥିବାରୁ ଚିନ୍ତା ବଢିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona__1667293601.jpg)