Advertisment

ଏକା ସମୟରେ କରୋନାର ୨ଟି ଭାରିଏଣ୍ଟସ୍‌ରେ ସଂକ୍ରମିତ ହେବା ପରେ ଚାଲିଗଲା ମହିଳାଙ୍କ ଜୀବନ

ଏବେ କରୋନା ଭାଇରସ୍‌ର ନୂଆ ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହେଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଲ୍‌ଜିୟମରେ ଜଣେ ମହିଳା ଏକା ସମୟରେ କରୋନା ଭାଇରସ୍‌ର ଅଲଗା ଅଲଗା ଭାରିଏଣ୍ଟରେ ସଂକ୍ରମିତ ହେବା ପରେ ୫ ଦିନରେ ତାଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧୯୯୩ ଜଣ ସଂକ୍ରମିତ ଚିହ୍ନଟ

Coronavirus

Advertisment

ପ୍ୟାରିସ: ଏବେ କରୋନା ଭାଇରସ୍‌ର ନୂଆ ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହେଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଲ୍‌ଜିୟମରେ ଜଣେ ମହିଳା ଏକା ସମୟରେ କରୋନା ଭାଇରସ୍‌ର ଅଲଗା ଅଲଗା ଭାରିଏଣ୍ଟରେ ସଂକ୍ରମିତ ହେବା ପରେ ୫ ଦିନରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସାମ୍ନାକୁ ଆସିବା ପରେ ରିସର୍ଚ୍ଚଙ୍କ ଚିନ୍ତା ଆହୁରି ବଢ଼ିଛି। ରିସର୍ଚ୍ଚଙ୍କ କହିବା କଥା, ଏଭଳି ମାମଲା କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଆହୁରି ମୁସ୍କିଲ୍‌ ସାବ୍ୟସ୍ତ ହୋଇପାରେ। 

Advertisment

ବ୍ଲମ୍‌ବର୍ଗର ଏକ ରିପୋର୍ଟ ଅନୁସାରେ, ୯୦ ବର୍ଷୀୟ ଏହି ମହିଳା ଏକା ସମୟରେ ଆଲ୍‌ଫା ଓ ବିଟା ଭାରିଏଣ୍ଟସ୍‌ରେ ସଂକ୍ରମିତ ହୋଇଥିଲେ। ସେ ଭ୍ୟାକ୍‌ସିନ୍‌ ନେଇ ନଥିଲେ। ଘରେ ରହି ନିଜର ଚିକିତ୍ସା କରୁଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମାର୍ଚ୍ଚରେ OLV ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପ୍ରାରମ୍ଭିକ ସ୍ତରରେ ତାଙ୍କର ଅକ୍ସିଜେନ୍‌ ଲେଭଲ୍‌ ଠିକ୍‌ଠାକ୍‌ ଥିଲା। ହେଲେ ଧୀରେଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ଓ ୫ ଦିନରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ପୃକ୍ତ ମହିଳା କରୋନା ଭାଇରସ୍‌ର ଆଲ୍‌ଫା ଓ ବିଟା ୨ଟି ଯାକ ଭାରିଏଣ୍ଟସ୍‌ରେ ସଂକ୍ରମିତ ଥିଲେ ବୋଲି ଡାକ୍ତର ଜାଣିବାକୁ ପାଇଥିଲେ। ବ୍ରିଟେନରେ ସର୍ବପ୍ରଥମେ ଆଲ୍‌ଫା ଭାରିଏଣ୍ଟ୍ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରେ ବିଟା ଭାରିଏଣ୍ଟ ଚିହ୍ନଟ ହୋଇଥିଲା। ତେଣୁ ଏଭଳି ମାମଲାକୁ ଗମ୍ଭୀରତାର ସହ ନେବାପାଇଁ ରିସର୍ଚ୍ଚମାନେ ପରାମର୍ଶ ଦେଇଛନ୍ତି। 

Advertisment

OLV ହସ୍ପିଟାଲର ମୋଲିକ୍ୟୁଲର ବାୟୋଲୋଜିଷ୍ଟ Anne Vankeerberghen ଘଟଣାକୁ ନେଇ କହିଛନ୍ତି, ’ସେହି ସମୟରେ ବେଲଜିୟମରେ ଏହି ୨ଟି ଭାରିଏଣ୍ଟସ୍‌ ବ୍ୟାପିଥିଲା। ହୁଏତ ମହିଳା ଜଣକ ଶରୀରରେ ଚିହ୍ନଟ ହୋଇଥିବା ଏହି ୨ଟି ଭାରିଏଣ୍ଟ୍‌ସ୍‌ ଅଲଗା ଅଲଗା ଲୋକଙ୍କ ଦ୍ୱାରା ସଂକ୍ରମିତ ହୋଇଥାଇପାରେ। ହେଲେ ଏବେ କୁହାଯାଇପାରିବ ନାହିଁ ଯେ, ସେ କିଭଳି ଭାବରେ ସଂକ୍ରମିତ ହୋଇଥିଲେ।  

Advertisment

Vankeerberghen ଆହୁରି କହିଛନ୍ତି, ‘ଏକା ସମୟରେ ୨ଟି ଭାରିଏଣ୍ଟସ୍‌ରେ ସଂକ୍ରମିତ ହେବା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ନା ଏହା ପଛରେ ଆଉ କିଛି କାରଣ ରହିଛି, ଏହା ଜାଣିବା ପାଇଁ ଏହାକୁ European Congress of Clinical Microbiology & Infectious Diseases (ECCMID)କୁ ପଠା ଯାଇଛି। 

ଭାରତରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ହଜାରେ ତଳକୁ ଖସିଛି। ଆଜି ୮୯୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୪୧ ହଜାର ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୧ ହଜାର ୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୨ କୋଟି ୯୯ ଲକ୍ଷ ୭୫ ହଜାର ୬୪ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। ଏବେ ୪ ଲକ୍ଷ ୫୪ ହଜାର ୧୧୮ ଆକ୍ଟିଭ୍‌ କେସ୍‌ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ୪୦ରେ ପହଞ୍ଚିଛି। 

COVID-19 COVID Variants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ