Advertisment

ଆଶ୍ଚର୍ଯ୍ୟ ! କରୋନା ଟିକା ନନେଇ ମିଳିଲା ପ୍ରମାଣପତ୍ର

କରୋନା ଟିକା ନନେଇ ମଧ୍ୟ ଜଣେ ମହିଳାଙ୍କୁ ମିଳିଛି ଟିକା ନେଇଥିବାର ପ୍ରମାଣପତ୍ର। ଜଣେ ମହିଳା କରୋନାର ପ୍ରଥମ ଡୋଜ ନେଇ ନ ଥିବା ବେଳେ ତାଙ୍କୁ ମିଳିଛି ଟିକା ପ୍ରମାଣପତ୍ର। କେବଳ ସେତିକି ନୁହେଁ, ମହିଳା ଜଣକ କେବେ ଉତ୍ତରପ୍ରଦେଶ ଯାଇ ନାହାନ୍ତି। ହେଲେ ତାଙ୍କୁ ସେଠାକାର ପ୍ରମାଣପତ୍ର ମିଳିଛି।

Covid Vaccine

Covid Vaccine

Advertisment

ବରଗଡ଼: କରୋନା ଟିକା ନନେଇ ମଧ୍ୟ ଜଣେ ମହିଳାଙ୍କୁ ମିଳିଛି ଟିକା ନେଇଥିବାର ପ୍ରମାଣପତ୍ର। ବରଗଡରୁ ଏଭଳି ଅଭିଯୋଗ ଆସିଛି। ବରଗଡ଼ରେ ଜଣେ ମହିଳା କରୋନାର ପ୍ରଥମ ଡୋଜ ନେଇ ନ ଥିବା ବେଳେ ତାଙ୍କୁ ମିଳିଛି ଟିକା ପ୍ରମାଣପତ୍ର। କେବଳ ସେତିକି ନୁହେଁ, ମହିଳା ଜଣକ କେବେ ଉତ୍ତରପ୍ରଦେଶ ଯାଇ ନାହାନ୍ତି। ହେଲେ ତାଙ୍କୁ ସେଠାକାର ପ୍ରମାଣପତ୍ର ମିଳିଛି।

Advertisment

ସୂଚନା ଅନୁସାରେ, ବରଗଡ ସହରରେ ରହୁଥିବା ଯଶୋବନ୍ତୀ ସାହୁ ନାମକ ଜଣେ ମହିଳା ପ୍ରଥମ ଡୋଜ ଟିକା ନେବା ପାଇଁ କୋ-ୱିନ୍ ପୋର୍ଟାଲରେ ଆବେଦନ କରିଥିଲେ। ତାଙ୍କୁ ବରଗଡ ସହର ନିକଟସ୍ଥ କଟାପାଲି ହାଇସ୍କୁଲ ଟିକା କେନ୍ଦ୍ରରେ ଗତ ଜୁଲାଇ ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ମଧ୍ୟରେ ଟିକା ନେବା ପାଇଁ ଅନୁମତି ମିଳିଥିଲା।

ମାତ୍ର ଜୁଲାଇ ୨୬ରେ ଜ୍ୱର ହେବାରୁ ସେ କରୋନା ଟିକା ନେଇପାରି ନ ଥିଲେ। ଜ୍ୱରରୁ ଭଲ ହେବା ପରେ ପୁଣି ଥରେ ଟିକା ନେବା ପାଇଁ ସ୍ଲଟ୍ ବୁକିଂ କରିଥିଲେ। ମାତ୍ର ସେତେବେଳେ ତାଙ୍କ ପାଖକୁ ଏକ ମେସେଜ ଆସିଥିଲା। ମେସେଜରେ ଯଶୋବନ୍ତୀ କରୋନା ଟିକାର ପ୍ରଥମ ଡୋଜ ନେଇଥିବା ସାର୍ଟିଫିକେଟ ଥିଲା।

Advertisment

ସେପ୍ଟେମ୍ବର ୧୭ତାରିଖରେ ଯଶୋବନ୍ତୀ ଉତ୍ତରପ୍ରଦେଶ ମହାରାଜାଗଞ୍ଜରେ ଟିକା ନେଇଥିବା ସାର୍ଟିଫିକେଟରେ ଉଲ୍ଲେଖ ଥିଲା। ତେବେ ସେବି କେବେ ଉତ୍ତରପ୍ରଦେଶ ଯାଇନଥିବା ବେଳେ କିଭଳି ସାର୍ଟିଫିକେଟ ତାଙ୍କ ନାଁରେ ଆସିଲା, ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ପୋର୍ଟାଲରେ ତ୍ରୁଟି ଥାଇପାରେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ପ୍ରମାଣପତ୍ରକୁ ଭୁଲ୍‌ ଦର୍ଶାଇ ତାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ।

Advertisment
COVID Vaccine COVID19 Vaccine COVID19 Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ