Advertisment

ଛୋଟ ପିଲାଙ୍କୁ କେବେ ଦିଆଯିବ କରୋନା ଟିକା?

ଜାଇଡସ୍ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାକୁ ଅନୁମତି ଦିଆଯାଇଛି।ଭାରତରେ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା ସହ ଭାରତର ପ୍ରଥମ ଟିକା ଭାବେ ପିଲାଙ୍କୁ ଦିଆଯାଇପାରିବ ଜାଇକୋଭ୍-ଡି।ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା।

ଅଦ୍ୟତନ ହୋଇଛି
DMET chief CBK Mohanty

DMET chief CBK Mohanty

Advertisment

ଭୁବନେଶ୍ୱର: ଜାତୀୟ ଗାଇଡ୍ ଲାଇନ୍ ଆସିଲେ ରାଜ୍ୟରେ ପିଲାଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯିବ। ଏହି ସୂଚନା ଦେଇଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି। ଗତକାଲି ଜାଇଡସ୍ କାଡିଲାର ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଶିଶୁ ରହୁଛନ୍ତି। ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହିବା ନେଇ ଡ଼ିଏମଇଟି କହିଛନ୍ତି ଏଠି ଲୋକମାନେ କୋଭିଡ ନିୟମ ମାନୁ ନଥିବାରୁ ସଂକ୍ରମଣ ବଢୁଛି। ହାଟ ବଜାରରେ ଲୋକମାନେ ଗହଳି କରି ସଂକ୍ରମଣକୁ ଡାକୁଛନ୍ତି। 

Advertisment

ତେବେ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ ଦେବା ନେଇ ଆମ ନିକଟକୁ କୌଣସି ଗାଇଡ୍‌ ଲାଇନ ଆସିନାହିଁ ବୋଲି ସେ ସୂଚନା ଦେଇଛନ୍ତି।ଇସ୍ରାଏଲ ସମେତ କିଛି ଦେଶରେ ବୁଷ୍ଟର ଡୋଜ ଦିଆଯାଉଛି। ଆଗକୁ ଯଦି ଆବଶ୍ୟକ ପଡେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଆସିଲେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି।

Advertisment

ଜାଇଡସ୍ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାକୁ ଅନୁମତି ଦିଆଯାଇଛି।ଭାରତରେ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା ସହ ଭାରତର ପ୍ରଥମ ଟିକା ଭାବେ ପିଲାଙ୍କୁ ଦିଆଯାଇପାରିବ ଜାଇକୋଭ୍-ଡି।ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା। ଏହି ଟିକାର ରହିଛି ତିନିଟି ଡୋଜ୍। ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ଦ୍ୱିତୀୟ ଟିକା।ଏହାକୁ ମଧ୍ୟ ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ବୋଲି କୁହାଯାଉଛି।

ଶିଶୁ ସଂକ୍ରମଣକୁ ନେଇ ଆତଙ୍କିତ ହୁଅନି। ସରକାର ମନିଟରିଂ କରୁଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ ଶିଶୁଙ୍କୁ କରୋନା ସଂକ୍ରମଣ ନେଇ ସେ କହିଛନ୍ତି ଯେ ଏବେ ଶିଶୁ ଆକ୍ରାନ୍ତ ଶହେ ଉପରେ ରହୁଛି, ୧ମ ଓ ୨ୟ ଲହରରେ ବି ଥିଲା। ୩ୟ ଲହରରେ ଅଧତ୍କ ଶିଶୁ ଆକ୍ରାନ୍ତ ହେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ଏଥତ୍ପାଇଁ ଆମକୁ ସ୍ୱତନ୍ତ୍ର ପ୍ରିକସନ୍ ନେବାର ଅଛି ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ସବୁ ବ୍ୟବସ୍ଥା କରାଯାଉଛି। ସବୁ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା ହୋଇଛି। ପର୍ଯ୍ୟାପ୍ତ ଜେନେରାଲ ଓ ICU, HDU ବେଡ୍, ଭେଣ୍ଟିଲେଟର ରଖାଯାଇଛି  

Advertisment
Odisha News Corona Vaccine Zydus Cadila Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ