Advertisment

ଓମିକ୍ରନରୁ ସୁରକ୍ଷା ଦେବ ଟିକା !

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା ! ଶତ ପ୍ରତିଶତ ନ ହେଲେ ବି କ୍ରସ୍‌ ପ୍ରୋଟେକ୍ସନ ଦେବ ଟିକା। ଲୋକମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି।

vaccination

vaccination

Advertisment

ଭୁବନେଶ୍ୱର: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା ! ଯେଉଁମାନେ ଟିକା ଆଦୌ ନେଇ ନାହାଁନ୍ତି, ସେମାନେ ସମସ୍ତେ ଯଥାଶୀଘ୍ର ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି। ଶତ ପ୍ରତିଶତ ନ ହେଲେ ବି କ୍ରସ୍‌ ପ୍ରୋଟେକ୍ସନ ଦେବ ଟିକା।  

Advertisment

ଟିକା ନେଲେ ଗୁରୁତର ହେବା, ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବା ଭଳି ଆଶଙ୍କା କମ୍‌ ରହିବ। ଲୋକମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି। ଅନ୍ୟ ରାଜ୍ୟରେ ଓମିକ୍ରନ୍‌ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି।  ତେଣୁ ଯଥାଶୀଘ୍ର ଟିକା ନେବାକୁ ପଡ଼ିବ। 

ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି। କେଉଁ ବ୍ଲକରେ ଲୋକମାନେ ଟିକା ନେଇନାହାନ୍ତି ସେନେଇ ସେମାନେ ଅନୁଧ୍ୟାନ କରୁଛନ୍ତି। ଏହାସହ CDMOଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ‘ଅନ୍ୟ ରାଜ୍ୟରେ ଓମିକ୍ରନ୍‌ ସଂକ୍ରମଣ ଦେଖିବାକୁ ମିଳିଛି। ତେଣୁ କୌଣସି ମୁହୂର୍ତ୍ତରେ ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପାରେ। ତେଣୁ ଏହା ପୂର୍ବରୁ ସମସ୍ତେ ସତର୍କ ରହିବା ଜରୁରୀ। ସମସ୍ତେ ଯେଭଳି ଡିସେମ୍ବର ଶେଷ ସୁଦ୍ଧା ଟିକା ନେବେ, ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ୍‌। ଏହାସହ କୋଭିଡ୍‌ ନିୟମକୁ ପାଳନ କରିବା ଉଚିତ୍‌।’

Advertisment

ରାଜ୍ୟରେ ୪ କୋଟି ୬୨ ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି। ୮୭.୪% ପ୍ରଥମ ଡୋଜ୍ ସରିଛି। ରାଜ୍ୟରେ ପ୍ରାୟ ୪୦ ଲକ୍ଷ ଲୋକେ ଆଦୌ ଟିକା ନେଇ ନାହାଁନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୪ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୦ ଜଣ ଆକ୍ରାନ୍ତ ଅଛନ୍ତି। 

ଅନ୍ୟପକ୍ଷେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ  ଜଣେ ବ୍ୟକ୍ତି ଓମିକ୍ରନ୍‌ ସଂକ୍ରମିତ ହେବା ପରେ ଓଡ଼ିଶା ସୀମାରେ ବଢିଛି ସତର୍କତା। ଗଜପତି ଜିଲ୍ଲାରେ ଚଳିତ ମାସରେ ବହୁ ସଂଖ୍ୟାରେ ଆନ୍ଧ୍ର ପ୍ରଦେଶରେ କାମ କରୁଥିବା ଓଡ଼ିଆ ମାନେ ଫେରିବେ। ତେଣୁ  ଏଥିପ୍ରତି ଗଜପତି ଜିଲ୍ଲା ପ୍ରଶାସନ ସଜାଗ ରହିଛି। ପାରଳାଖେମୁଣ୍ଡି ସୀମା ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଟେଷ୍ଟିଙ୍ଗ୍ ବଢାଯିବା ସହ ଦୈନିକ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତା ନାକା ପଏଣ୍ଟରେ ମଧ୍ୟ ଟେଷ୍ଟିଂ କରାଯାଉଛି। 

Advertisment
COVID19 COVID19 Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ