ଗଛ ତଳେ ଦିଆଯାଉଛି ଟିକା; ଭ୍ୟାକ୍ସିନେସନକୁ ନେଇ ଜୋର୍ ଧରିଛି ଚର୍ଚ୍ଚା

ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍...

Vaccination

ଗଛତଳେ ଚାଲିଛି କୋଭିଡ ଭ୍ୟାକ୍ସିନେସନ୍ । ବଲାଙ୍ଗିରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ତେବେ ଅଙ୍ଗନୱାଡି କର୍ମୀ ସେଣ୍ଟର ଖୋଲିବାକୁ ମନା କରିବାରୁ ଏଭଳି ଭ୍ୟାକ୍ସିନ ଦିଆଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ବଲାଙ୍ଗିର ଉପକଣ୍ଠ ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ କୋଭିଡ ଭ୍ୟାକ୍ସିନେସନ ପାଇଁ ଏକ ମେଡିକାଲ ଟିମ ଯାଇଥିଲା । କାର୍ଯ୍ୟସୂଚୀ ଅନୁସାରେ ଗ୍ରାମର ଅଙ୍ଗନାବାଡ଼ି କେନ୍ଦ୍ରରେ ଲୋକଙ୍କୁ ଭ୍ୟାକ୍ସିନ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ଅଙ୍ଗନାୱାଡି କର୍ମୀ ସେଣ୍ଟର ଖୋଲିବା ପାଇଁ ମନା କରିଥିଲେ । ଅଙ୍ଗନଓ୍ୱାଡି ସେଣ୍ଟରରେ ଅଣ୍ଡା ଛତୁଆ ଥିବାରୁ ଏହାର ସୁରକ୍ଷା ପାଇଁ ଅଙ୍ଗନଓ୍ୱାଡି କର୍ମୀ ସେଣ୍ଟର ଖୋଲି ନଥିଲେ । ତେଣୁ ଶେଷରେ ବାଧ୍ୟ ହୋଇ ମେଡିକାଲ ଟିମ୍ ରାସ୍ତା କଡ଼ରେ ଥିବା ଗଛ ତଳେ ଲୋକଙ୍କୁ ଭ୍ୟାକ୍ସିନ ଦେଇଥିଲେ ।

ତେବେ ଟିକାକରଣ ନିୟମ ଅନୁଯାୟୀ, କୋଭିଡ ଭ୍ୟାକ୍ସିନକୁ ସୁରକ୍ଷିତ ରଖିବା ପାଇଁ ଉତ୍ତମ ପରିବେଶ ନିହାତି ଆବଶ୍ୟକ । ହେଲେ ଏମିତି ଖୋଲା ସ୍ଥାନ, ତାହା ପୁଣି ଗଛତଳେ ଭ୍ୟାକ୍ସିନ ରଖି ଲୋକଙ୍କୁ ଦେବା କେତେ ଯୁକ୍ତି ଯୁକ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି ।