Advertisment

ଖୁବ୍ ଶୀଘ୍ର ହେବ ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଖୁବ୍ ଶୀଘ୍ର ହେବ ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ବି ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ଗାଇଡଲାଇନ୍ ଆସିଲେ ରାଜ୍ୟ ସରକାର ଟିକାକରଣ ନେଇ ରଣନୀତି କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

Vaccination For Kids

Vaccination For Kids

Advertisment

ଭୁବନେଶ୍ୱର: ଖୁବ୍ ଶୀଘ୍ର ହେବ ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ବି ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ଗାଇଡଲାଇନ୍ ଆସିଲେ ରାଜ୍ୟ ସରକାର ଟିକାକରଣ ନେଇ ରଣନୀତି କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।  

Advertisment

ଏବେ ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ନେଇ ଟାସ୍କଫୋର୍ସର ରିପୋର୍ଟ ଅନୁସାରେ DCGI ଅନୁମୋଦନ ଦେବେ। ପୂର୍ବରୁ ଶିଶୁଙ୍କୁ DPT ଏବଂ ପୋଲିଓ ବୁନ୍ଦା ପ୍ରଦାନ କରି ଟିକାକରଣ ନେଇ ଅଭିଜ୍ଞତା ରହିଛି। ଏହାସହ ରାଜ୍ୟରେ ଭିତ୍ତିଭୂମି ରହିଛି। ଟିକା ଆସିଲେ ଟିକାକରଣକୁ ଜୋରଦାର କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପକ୍ଷେ, ରାଜ୍ୟରେ କୋଟିଏ ଚାଳିଶ ଲକ୍ଷ ପ୍ରାୟ ଶିଶୁ ଓ କିଶୋରଙ୍କୁ ଟିକା ଦିଆଯିବ। ଦୁଇ ଡୋଜ୍ ମଧ୍ୟରେ କେତେ ଦିନର ବ୍ୟବଧାନ ତାହା ଗାଇଡଲାଇନ ଆସିବା ପରେ ସ୍ପଷ୍ଟ ହେବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। 

Advertisment

ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। କିଛିଟା ବଢ଼ି ଦୈନିକ ସଂକ୍ରମଣ ୪୦୦ରୁ ୬୦୦ ଭିତରେ ରହୁଛି। ଟେଷ୍ଟ ପଜିଟିଭିଟି ରେଟ୍ ଏବଂ ଆକ୍ଟିଭ୍‌ କେସ୍‌କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। 

Odisha Vaccination Vaccination For Kids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ