Advertisment

କାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କଟକରେ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ

କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ହେବ। ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ।

ଅଦ୍ୟତନ ହୋଇଛି
vaccination

vaccination

Advertisment

କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ହେବ। ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ। ଏନେଇ କଟକ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଉମେଶ ରାୟ ସୂଚନା ଦେଇଛନ୍ତି। 

Advertisment

ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଏବଂ ବରିଷ୍ଠ ନାଗରିକ ଯେଉଁମାନେ ଏପ୍ରିଲ ସୁଦ୍ଧା ଦ୍ୱିତୀୟ ଡୋଜ୍‌ ନେଇଥିବେ ସେମାନଙ୍କୁ ଜାନୁଆରୀ ୧୦ ତାରିଖରୁ ତୃତୀୟ ଡୋଜ୍‌ ବା ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। ଆସନ୍ତା ୧୦ ତାରିଖରୁ କଟକ ମହାନଗର( Cuttack Municipal Corporation)ରେ ପ୍ରିଭେଣ୍ଟିଭ୍ ଡୋଜ୍ (Preventive Dose ) ବା ବୁଷ୍ଟର ଡୋଜ୍ ଦିଆଯିବ। ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇ ସାରିଥିବା ୬୦ ବର୍ଷରୁ ଅଧିକ ଓ ବହୁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରିଭେଣ୍ଟିଭ୍ ଡୋଜ୍ ଟିକା ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ନିୟମାବଳୀ ପ୍ରସ୍ତୁତ ପରେ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। 

ସେପଟେ ୨ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧୭୫ ରହିଛି।  ୧୮ ବର୍ଷରୁ କମ୍ ବର୍ଗର ୬୭ ଜଣ ଚିହ୍ନଟ ହୋଇଛନ୍ତି। 

Advertisment

ସୂଚନାଯୋଗ୍ୟ, ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ସମସ୍ତଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦିଆଯିବ ।  

  • ଟିକା ନେବା ପାଇଁ ଜାନୁଆରୀ ୧ରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି
  • ଟିକା ପାଇଁ କୋୱିନ୍ ଆପ୍‌ରେ ରେଜିଷ୍ଟ୍ରେସନ କରିବାକୁ ପରାମର୍ଶ
  • ରେଜିଷ୍ଟ୍ରେସନ ପାଇଁ ଷ୍ଟୁଡେଣ୍ଟ ପରିଚୟ ପତ୍ର ମଧ୍ୟ ଗ୍ରହଣ କରାଯିବ
Advertisment
Cuttack COVID19 COVID19 Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ