Advertisment

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସବୁ ରାଜ୍ୟକୁ କହିଛନ୍ତି।

ଅଦ୍ୟତନ ହୋଇଛି
vaccinating all school teachers

vaccinating all school teachers

Advertisment

ନୂଆଦିଲ୍ଲୀ: ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସବୁ ରାଜ୍ୟକୁ କହିଛନ୍ତି। ଏଇ ମାସରେ ରାଜ୍ୟ ଗୁଡ଼ିକୁ ଅଧିକ ୨ କୋଟି ଡୋଜ୍ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନେକ ରାଜ୍ୟରେ ଏବେ ଧୀରେ ଧୀରେ ସ୍କୁଲ ଖୋଲୁଛି, ତେଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। 

Advertisment

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ୫୮.୦୭ କୋଟିରୁ ଅଧିକ କରୋନା ଭ୍ୟାକ୍‌ସିନ୍‌ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୭,୫୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୫,୧୨,୩୬୬ରେ ପହଞ୍ଚିଛି। 

Advertisment

ଅନ୍ୟପକ୍ଷେ, ନୀତି ଆୟୋଗ ସଦସ୍ୟ ଭି.କେ ପଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏମ୍ପାଓ୍ୱାର୍ଡ କମିଟିର ଆକଳନ ଅନୁଯାୟୀ, ତୃତୀୟ ଲହର ପିକ୍ ସମୟରେ ଦେଶରେ ଦିନକୁ ୪-୫ ଲକ୍ଷ ପଜିଟିଭ୍ କେସ୍ ବାହାରିପାରେ। ପ୍ରତି ଶହେ ପଜିଟିଭ୍‌ରେ ୨୩ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିପାରେ। ଦ୍ୱିତୀୟ ଲହର ବେଳେ ଏହା ୨୦ ଥିଲା। ତୃତୀୟ ଲହରର ମୁକାବିଲା ଲାଗି ଆସନ୍ତା ମାସ ସୁଦ୍ଧା ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ କରିବାକୁ ଏହି ଗ୍ରୁପ୍ ସୁପାରିଶ କରିଛି। 

Advertisment

କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଚ୍ ଅଫ୍ ଡିଜାଷ୍ଟର ମ୍ୟାନେଜେଣ୍ଟ ପକ୍ଷରୁୂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ସମ୍ଭାବ୍ୟ ତୃତୀୟ ଲହର ଉପରେ ଏକ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଅନୁସାରେ, ଅକ୍ଚୋବରରେ ତୃତୀୟ ଲହର ପିକ୍ ଆସିପାରେ। ଶିଶୁମାନେ ମଧ୍ୟ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗରୁତ୍ୱ ଦେବାକୁ ରିପୋର୍ଟରେ ଉଲ୍ଲେଖ କରଯାଇଛି।

COVID19 Vaccinate Teachers COVID19 Vaccination In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ