Advertisment

ଅନଲକ୍‌: ଯାଜପୁରରେ ଖୋଲିଲା ମଲ୍‌ ଓ ଫିଲ୍ମ ହଲ୍‌

ତେବେ ମଲ, ଦୋକାନ ମାନଙ୍କରେ କୋଭିଡ଼୍ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ସରକାର ପୁଣିଥରେ ସେମାନଙ୍କ ପେଟପାଟଣା କଥାକୁ ବୁଝିପାରି ବ୍ୟବସାୟ ପାଇଁ ସୁଯୋଗ ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନଲକ୍‌: ଯାଜପୁରରେ ଖୋଲିଲା ମଲ୍‌ ଓ ଫିଲ୍ମ ହଲ୍‌

Jajpur

Advertisment

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲାରେ ଆଜି ଅନଲକର ପ୍ରଥମ ଦିନରେ ସମସ୍ତ ବଡ଼ବଡ଼ ମଲ, ଦୋକାନବଜାର, ଫିଲ୍ମ ହଲ, ମାର୍କେଟ ଆଦି ଖୋଲିଥିବାର ଦେଖାଯାଇଛି। ଜିଲ୍ଲାର ଇକୋନୋମିକ୍‌ ହବ କୁହାଯାଉଥିବା ଯାଜପୁର ରୋଡରେ ମଧ୍ୟ ସମସ୍ତ ମଲ ଖୋଲିଛି। କିଛିମାସ ଧରି ରେଡ଼ଜୋନ୍‌ରେ ଜିଲ୍ଲା ରହିବା ପରେ ଏବେ ପଜିଟିଭ ସଂଖ୍ୟାରେ ଅନେକ ହ୍ରାସ ହୋଇଛି। ବହୁଦିନ ପରେ ଗ୍ରାହକ ଏବଂ ଦୋକାନ ମାଲିକଙ୍କ ମନରେ ନୂତନ ଆଶାର ସଞ୍ଚାର ଦେଖାଦେଇଛି। କରୋନା ମାଡ଼ରେ ଶିକାର ହୋଇ ଘରେ ବସିବସି ଅଳସୁଆ ହୋଇଯାଇଥିବା ମଣିଷ ପୁଣିଥରେ ସତେଜ ହୋଇଉଠିଛି। ଦୋକାନ କରିଥିବା ମାଲିକ ମାନେ ଖୁବ୍‌ ଖୁସି ଥିବାବେଳେ ଗ୍ରାହକ ମଧ୍ୟ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି।

Advertisment

ତେବେ ମଲ, ଦୋକାନ ମାନଙ୍କରେ କୋଭିଡ଼୍ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ସରକାର ପୁଣିଥରେ ସେମାନଙ୍କ ପେଟପାଟଣା କଥାକୁ ବୁଝିପାରି ବ୍ୟବସାୟ ପାଇଁ ସୁଯୋଗ ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଏପଟେ, ଆଜି ରାଜ୍ୟରେ ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଉପକୂଳ ଓଡ଼ିଶାର ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୪୩୭ ନୂତନ ସଂକ୍ରମିତ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ଅଛନ୍ତି ୬୦୫ ଜଣ । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ କରୋନାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

COVID-19 Coronavirus Jajpur Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ